ଦୁଇଟି ପରାଜୟରେ ଦଳ ଖରାପ ହୋଇଯାଏ ନାହିଁ : ଦ୍ରାବିଡ଼

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତୀୟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ କଡା ଆଭିମୁଖ୍ୟ ଦେଖିବାକୁ ମିଳିଛି । ସଞ୍ଜୟ ମାଞ୍ଜରେକରଙ୍କ ସହିତ ଏକ ସାକ୍ଷାତକାରରେ ଦ୍ରାବିଡ ଜୋର ଦେଇ କହିଛନ୍ତି, ଦଳ ଏହି ପରି ବିଫଳତା ଉପରେ ପ୍ରତିକ୍ରିୟାଶୀଳ ହେବାକୁ ଚେଷ୍ଟା କରେ ନାହିଁ । କେବଳ ଦୁଇଟି ମ୍ୟାଚ୍ ହାରିଗଲେ କେହି ଖରାପ ଦଳ ହୁଏ ନାହିଁ ।

ଏସିଆ କପ୍‌ ୨୦୨୨ରେ ଭାରତୀୟ ଦଳର ଆରମ୍ଭ ଦମଦାର ରହିଥିଲା । ଲିଗ୍‌ ପର୍ଯ୍ୟାୟରେ ଦୁଇଟି ମ୍ୟାଚ୍‌ ଜିତିଥିଲେ ହେଁ ସୁପର ୪ ରାଉଣ୍ଡରେ ଭାରତକୁ କ୍ରମାଗତ ଦୁଇଟି ପରାଜୟ ଭୋଗିବାକୁ ପଡିଥିଲା । ସୁପର ୪ ରାଉଣ୍ଡରେ ଦୁଇଟି ପରାଜୟ ପରେ ଏସିଆ କପ୍‌ରୁ ଭାରତୀୟ ଦଳ ବାଦ୍ ପଡି ସାରିଛି ।

ଏସିଆ କପ୍‌ର ସୁପର-୪ରେ ନିରାଶଜନକ ପ୍ରଦର୍ଶନ ଉପରେ ପ୍ରତିକ୍ରିୟା ରଖି ଦ୍ରାବିଡ କହିଛନ୍ତି, ଟି-୨୦ ସବୁଠୁ ଛୋଟ ଫର୍ମାଟର ଖେଳ କଠିନ ପରିସ୍ଥିତି ସତ୍ତ୍ୱେ ଆମେ ମ୍ୟାଚ୍‌କୁ ଶେଷ ଓଭର ପର୍ଯ୍ୟନ୍ତ ନେବାରେ ସଫଳ ରହିଛୁ । ମ୍ୟାଚ୍‌ରେ ଜୟ ଏବଂ ପରାଜୟ ରହିଛି ।ତଥାପି ଆମକୁ ନିଜର ତ୍ରୁଟି ସୁଧାରିବା ଉପରେ କାମ କରିବା ଉଚିତ କେବଳ ଗୋଟିଏ ଦୁଇଟି ମ୍ୟାଚ୍ ହାରିଗଲେ ଦଳକୁ ଖରାପ କୁହାଯାଇ ପାରିବ ନାହିଁ ବୋଲି ଦ୍ରାବିଡ କହିଛନ୍ତି ।