ପୁରୁଣା ଗାଡିକୁ ସ୍କ୍ରାପିଂ କଲେ ନୂଆ ଗାଡି ଉପରେ ଅଧିକ ରିହାତି

ଭୁବନେଶ୍ବର : (ସଂକେତ୍ ଟିଭି) ପୁରୁଣା ଗାଡିକୁ ସ୍କ୍ରାପିଂ କଲେ ନୂଅ । ଗାଡି ଉପରେ ମିଳିବ ଅଧିକ ରିହାତି । ରାଜ୍ୟରେ ଯେପରି ୧୫ବର୍ଷରୁ ଅଧିକ ପୁରୁଣା ଗାଡିକୁ ଲୋକେ ଶୀଘ୍ର ସ୍କ୍ରାପିଂ କରିବେ ସେଥିପାଇଁ ରାଜ୍ୟ ସରକାର ପଞ୍ଜିକୃତ ଗାଡି ସ୍କ୍ରାପିଂ ସୁବିଧା ନୀତି ଆଣୁଛନ୍ତି । କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ପୂର୍ବରୁ ପଞ୍ଜିକୃତ ଗାଡିସ୍କ୍ରାପିଂ ସୁବିଧା ନୀତି ଆଣିଥିବା ବେଳେ ଏହାକୁ ଆକର୍ଷଣୀୟ କରିବାକୁ ଏଥିରେ ଅଧିକ ରିହାତି ସୁବିଧା ଯୋଡାଯାଇଛି । ସ୍କ୍ରାପିଂ ନୀତିରେ କ’ଣ କ’ଣ ସୁବିଧା ଯୋଗାଇ ଦିଅ ।ଯିବ ସେନଇ ଚୂଡାନ୍ତ ନିଷ୍ପତ୍ତି ହୋଇଥିବା ବେଳେ ଆସନ୍ତା ନଭେମ୍ବରରେ ହେବାକୁ ଥିବା ମେକ ଇନ ଓଡ଼ିଶା କନକ୍ଲେଭରେ ଏହି ନୀତିକୁ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି ।

ଗାଡି କ୍ରେତା ଓ ପୁରୁଣା ଗାଡି ସ୍କ୍ରାପିଂ ସଂସ୍ଥାକୁ ଅଗ୍ରାଧିକାର । ଉଭୟ ପକ୍ଷକୁ ରିହାତି ସୁବିଧା ଯୋଗାଇ ଦିଆଯିବ । ଅଧିକ ସଂସ୍ଥା ଓଡ଼ିଶାରେ ସ୍କ୍ରାପିଂ କେନ୍ଦ୍ର କରିବେ ସେ ନେଇ ପ୍ରସ୍ତୁତି । ନଭେମ୍ବରରେ ମେକ୍ ଇନ୍‌ ଓଡ଼ିଶା କନକ୍ଲେଭରେ ହେବ ଏମଓୟୁ ସ୍ବାକ୍ଷରିତ । ସ୍କ୍ରାପିଂ କଲେ ରାଜ୍ୟ ସରକାରଙ୍କ ପଞ୍ଜିକୃତ ଗାଡି ସ୍କ୍ରାପିଂ ସୁବିଧା ଅନୁଯାୟୀ ରିହାତି । ନୂଆ ଗାଡି କିଣିଲେ ଏକକାଳୀନ ମୋଟରଯାନ ଟିକସ ଉପରେ ୨୫% ଛାଡ । ଏହା ପରିବହନ ପାଇଁ ବ୍ୟବହାର ହେଉନଥିବା ଗାଡି ଉପରେ ଲାଗୁ ହେବ । ପରିବହନ ପାଇଁ ବ୍ୟବହାର ହେଉଥିବା ଗାଡି ଉପରେ ବି ରିହାତି । ୮ବର୍ଷର ମୋଟରଯାନ ଟିକସ ଉପରେ ମିଳିବ ୧୫% ଛାଡ । ନୂଆ ଗାଡି କିଣିବା ବେଳେ ଏକ୍ସ ସୋ’ ରୁମ ମୂଲ୍ୟ ଉପରେ ୬% ଛାଡ ।

ଓଡ଼ିଶା ସରକାରଙ୍କ ଗାଡି ସ୍କ୍ରାପିଂ ସାର୍ଟିଫିକେଟ ଦେଖାଇଲେ ମିଳିବ ରିହାତି । ଗାଡି ନିର୍ମାଣକାରୀ ସଂସ୍ଥା ଆଉ ୫% ରିହାତି ଦେବାକୁ କୁହାଯିବ । ନିଜଆଡୁ ସ୍କ୍ରାପିଂ କରିବାକୁ ଆସିଲେ ସେମାନଙ୍କୁ ଗାଡିର ବକେୟା ଟିକସରେ ରିହାତି । ବକେୟା ଟିକସ ଉପରେ ୯୦% ଛାଡ ମିଳିବ । ଓଡ଼ିଶାରେ ସ୍କ୍ରାପିଂ କେନ୍ଦ୍ର ଖୋଲିଲେ ମିଳିବ ରିହାତି । ୭ବର୍ଷ ପର୍ଯ୍ୟନ୍ତ ୨୫%ରାଜ୍ୟ ଜିଏସଟି ଫେରସ୍ତ କରାଯିବ । ଇଡକୋ ପକ୍ଷରୁ ୧୦ଏକର ପର୍ଯ୍ୟନ୍ତ ଜମି ଯୋଗାଇ ଦିଆଯିବ । ଷ୍ଟାମ୍ପ ଡ୍ୟୁଟି ସବସିଡି ସୁବିଧା ମିଳିବ । ଭିତ୍ତିଭୂମି, ଯନ୍ତ୍ରାଂଶ, ସରଂଜାମରେ ପୁଞ୍ଜିନିବେଶ କଲେ ସଂସ୍ଥାକୁ ମିଳିବ ରିହାତି । ପୁଞ୍ଜିନିବେଶର ୧୦% ବା ସର୍ବାଧିକ ୧କୋଟି ଯୋଗାଇ ଦିଆଯିବ । ପଞ୍ଜିକୃତ ଗାଡି ସ୍କ୍ରାପିଂ ସୁବିଧାକୁ ଶିଳ୍ପ ୟୁନିଟ ମାନ୍ୟତା ମିଳିବ । ୫ବର୍ଷ ପର୍ଯ୍ୟନ୍ତ ବିଦ୍ୟୁତ ବିଲ ଉପରେ ୫୦% ଛାଡ ସୁବିଧା ମିଳିବ ।