ରାଉରକେଲାରୁ ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ କଲା ଏସ୍‌ଟିଏଫ୍‌

ରାଉରକେଲା : (ସଂକେତ୍ ଟିଭି) ରାଉରକେଲାରେ ଏସଟିଏଫ ୧୬ଲକ୍ଷ ୧୧ହଜାର ଟଙ୍କାର ୫୦୦ଟଙ୍କିଆ ନକଲି ନୋଟ ଜବତ କରିଛି । ଏହାସହ ଘଟଣାସ୍ଥଳରୁ ଏକ ଲାପଟପ୍, ଗୋଟିଏ କଲର ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ତେବେ ଏହି ମାମଲାରେ ଦିଲ୍ଲୀର ଏସକେ ମହମ୍ମଦ ନାମକ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, କୌଣସି ଏକ ସୁତ୍ରରୁ ଖବରପାଇ ଏସଟିଏଫ ରାଉଲକେଲା ସେକ୍ଟର ୧୫ ପୋଲିସ ଷ୍ଟେସନ ସ୍ଥିତ ସେକ୍ଟର ୧୭ ଅଞ୍ଚଳରେ ଚଢାଉ କରିଥିଲା । ସେଠାରୁ ଏସଟିଏଫ ଟିମ ୧୬ଲକ୍ଷ ୧୧ହଜାର ଟଙ୍କାର ଜାଲ ନୋଟ ଜବତ କରିବା ସହ ଏସ କେ ମହମ୍ମଦକୁ ଗିରଫ କରିଛି । ଏହାସହ ଏକ ଲାପଟପ୍, ଗୋଟିଏ କଲର ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ତେବେ ଏସ କେ ମହମ୍ମଦ କିପରି ଏହି ନେଟୱର୍କ ଚଲାଇଥିଲା ସେ ନେଇ ଏସଟିଏଫ୍ ତଦନ୍ତ ଜାରି‌ ରଖିଛି ।