ଶରଦ ପାୱାରଙ୍କ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀତ୍ବ କୁ ନେଇ ଆସିଲା ବଡ ବୟାନ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଏନସିପି ମୁଖ୍ୟ ଶରଦ ପାୱାର ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ ନଥିଲେ ନା ଏବେ ଅଛନ୍ତି । ଏନସିପି ମୁଖ୍ୟ ଶରଦ ପାୱାର ବିଭିନ୍ନ ଲୋକ ଓ ବିଚାରଧାରାକୁ ଏକାଠି କରିବା ପାଇଁ କାର୍ଯ୍ୟ କରିପାରନ୍ତି । ଏହି ସୂଚନା ଦେଇଛନ୍ତି ଏନସିବି ସାଂସଦ ପ୍ରଫୁଲ୍ଲ ପଟେଲ । ଶରଦ ପାୱାର ଦଳର ଅଧ୍ୟକ୍ଷ ଭାବରେ ପୁନଃ ନିର୍ବାଚିତ ହେବାର ଗୋଟିଏ ଦିନ ପରେ ଏନସିପି ସାଂସଦଙ୍କ ଏହି ବୟାନ ସାମ୍ନାକୁ ଆସିଛି ।

ପଟେଲ କହିଛନ୍ତି ଯେ, ଶରଦ ପାୱାର ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ ଥିଲେ ନା ଅଛନ୍ତି । ସେ ଏପରି ବୟାନ ମଧ୍ୟ ଦେଇନାହାଁନ୍ତି । ଆମେ ବାସ୍ତବତା ବିଷୟରେ ଅବଗତ ଅଛୁ । ଆମେ ଆମର ସୀମା ବିଷୟରେ ଜାଣିଛୁ । ଆମ ଦଳ ଅନ୍ୟ ଦଳ ତୁଳନାରେ ଛୋଟ ହୋଇପାରେ, କିନ୍ତୁ ଆମର ନେତୃତ୍ୱ ବଡ଼ । ଶରଦ ପାୱାର ବିରୋଧୀଙ୍କ ଚେହେରା ନୁହଁନ୍ତି । ସେ ରେସରେ ନାହାଁନ୍ତି ।

ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରାୟ ୨ ବର୍ଷର ସମୟ ବାକି ରହିଛି । କିନ୍ତୁ ଏହା ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ରଣନୀତି ପ୍ରସ୍ତୁତି କରିବାରେ ଲାଗିପଡ଼ିଛନ୍ତି । ୨୦୨୪ର ରଣକ୍ଷେତ୍ରରେ ଓହ୍ଲାଇବା ପୂର୍ବରୁ ରାଜନେତାମାନେ ମାନସ ମନ୍ଥନ କରୁଛନ୍ତି । କଂଗ୍ରେସ, ବିଜେପି ଠାରୁ ଆରମ୍ଭ କରି ସମସ୍ତ ରାଜନୈତିକ ଦଳ ବୈଠକ ପରେ ବୈଠକ କରୁଛନ୍ତି । ଏହି କ୍ରମରେ ବିଗତ ଦିନରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦିଲ୍ଲୀ ପହଞ୍ଚିଥିଲେ । ସେ ଏଠାରେ କଂଗ୍ରେସ ସମେତ ବିରୋଧୀ ଦଳର ନେତାଙ୍କ ସହ ସାକ୍ଷାତ କରିଛନ୍ତି । ନୀତିଶ କୁମାର ୨୦୨୪ ପୂର୍ବରୁ ବିରୋଧୀ ଏକଜୁଟ କରିବାରେ ଲାଗି ପଡ଼ିଛନ୍ତି । ସେପଟେ କଂଗ୍ରେସ ମଧ୍ୟ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛି । ଏହି ସମୟରେ ପ୍ରଶ୍ନ ଉଠିବାରେ ଲାଗିଛି କେ ୨୦୨୪ରେ ବିରୋଧୀ ଦଳ ତରଫରୁ କିଏ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ ହେବେ ଓ ପିଏମ ମୋଦିଙ୍କୁ ଚ୍ୟାଲେଞ୍ଜ କରିବେ ।