ଆସନ୍ତା ୧୫ ମାସରେ ୩୦ ନୂଆ ବିମାନ ସାମିଲ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: (ସଂକେତ୍ ଟିଭି) ୬୯ ବର୍ଷ ପରେ ପୁଣିଥରେ ରତନ ଟାଟାଙ୍କ ପାଖକୁ ଆସିଥିବା ଏୟାର ଇଣ୍ଡିଆ ଘରୋଇ ଓ ଆନ୍ତର୍ଜାତୀୟ ସେବାକୁ ବିସ୍ତାର କରିବା ଉଦ୍ଦେଶ୍ୟରେ ବଡ଼ ଧରଣର ଯୋଜନା ପ୍ରସ୍ତୁତ କରିଛି । ଏହି ଅନୁଯାୟୀ ଏୟାରଲାଇନ୍ ଆସନ୍ତା ୧୫ ମାସରେ ନିଜର ୩୦ଟି ନୂଆ ବିମାନକୁ ସାମିଲ କରିବ । ଏଥିରେ ୫ଟି ୱାଇଡ୍ ବଡି ବୋଇଂ ବିମାନ ସାମିଲ ରହିଛି । ଏୟାର ଇଣ୍ଡିଆ ସୋମବାର ତା’ର ଏହି ଯୋଜନା ବିଷୟରେ ବିବରଣୀ ଦେଇଛି ।

ଏୟାରଲାଇନ୍‌ ତା’ର ବୟାନରେ କହିଛି କି କମ୍ପାନୀ ଆସନ୍ତା ୧୫ ମାସରେ ୫ ୱାଇଡ୍ ବଡି ବୋଇଂ ଓ ୨୫ ଏୟାରବେସ୍ ନେରୋବଡି ବିମାନ ସାମିଲ କରିବା ପାଇଁ ଯୋଜନା କରିଛି । ଏୟାର ଇଣ୍ଡିଅ।। ଯୋଜନା ଚଳିତବର୍ଷ ଡିସେମ୍ବରରେ ଘରୋଇ ଓ ଆନ୍ତର୍ଜାତୀୟ ସେବାକୁ ବିସ୍ଥାର ଲକ୍ଷ୍ୟରେ ରହିଛି ।