ଭିଡିଓ ଭାଇରାଲ କରି ସ୍ମୃତି ଇରାନୀଙ୍କ ମିଛ ଧରାପକାଇଲା କଂଗ୍ରେସ

ନୂଆଦିଲ୍ଲୀ : (ସଂକେତ୍ ଟିଭି) କଂଗ୍ରେସର ଭାରତ ଯୋଡ ଯାତ୍ରାକୁ ୬ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି । ଏହି ବିବାଦ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଏକ ବୟାନ ବେଶ୍‌ ଚର୍ଚ୍ଚାକୁ ଆସିଥିବାବେଳେ କଂଗ୍ରେସ ପକ୍ଷରୁ ଏହାର ଯବାବ ଦିଆଯାଇଛି । ସ୍ମୃତି ଇରାନୀ କିଭଳି ମିଛ କହିଛନ୍ତି ତା’ର ପ୍ରମାଣ କଂଗ୍ରେସ ସୋସିଆଲ ମିଡିଆରେ ଦେଇଛି ।

ସ୍ମୃତି ଇରାନୀ ଏକ ସଭାରେ କହିଥିଲେ ରାହୁଲ ଗାନ୍ଧି ଓ କଂଗ୍ରେସ ନେତାମାନଙ୍କୁ ପ୍ରଶ୍ନ କରିଥିଲେ । ସେ କହିଥିଲେ କଂଗ୍ରେସ ନେତାମାନେ କନ୍ୟାକୁମାରୀରୁ ଯାତ୍ରା ଆରମ୍ଭ କରିଥିଲେ । ହେଲେ ସେମାନେ ସେଠାରେ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିକୁ ଶ୍ରଦ୍ଧାଞ୍ଜଳି ଦେଇନଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ କଂଗ୍ରେସ ନେତାମାନେ ଏହି ଭିଡିଓକୁ ସେୟାର କରି କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ସ୍ମୃତି ଇରାନୀ କିଭଳି ଭାବରେ ଛୋଟ କଥା ଉଠାଉଛନ୍ତି ତାହା କୁହାଯାଇଥିଲା ।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ବିଜେପି ମିଥ୍ୟା ପ୍ରଚାରରେ ବିଶ୍ୱାସ କରେ । ଶ୍ରୀମତୀ ଇରାନୀଙ୍କର ଏହି ମିଛ ଏବେ ଲୋକ ଦେଖିଛନ୍ତି । ଏଥିରେ କୌଣସି ସତ୍ୟତା ନାହିଁ । ଆମେ ସବୁବେଳେ ତାଙ୍କ କଥାର ଯବାବ ଦେଉଛୁ । କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ଏକ ଭିଡିଓରେ ଦେଖାଦେଇଛି ଯେ କଂଗ୍ରେସ ନେତାମାନେ ଓ ରାହୁଲ ଗାନ୍ଧି କିଭଳି ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ନିକଟରେ ଛିଡାହୋଇ ଯୋଡ ହସ୍ତରେ ଛିଡାହୋଇ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି । ଏହି ଭିଡିଓ ଦୁଇଟିଯାକ ସୋସିଆଲ ମିଡିଆରେ ଏବେ ବ୍ୟାପକ ଭାବେ ଭାଇରାଲ ହେବାରେ ଲାଗିଛି । କଂଗ୍ରେସ ପକ୍ଷରୁ ସ୍ମୃତି ଇରାନୀଙ୍କୁ ପ୍ରକୃତ ତଥ୍ୟ ଯାଞ୍ଚ କରିବାକୁ କୁହାଯାଇଛି ।