ଟି-୨୦ ବିଶ୍ୱକପରେ ନୂଆ ଜର୍ସିରେ ନଜର ଆସିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଅଷ୍ଟ୍ରେଲିଆରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଭାରତୀୟ କ୍ରିକେଟ୍ ଦଳକୁ ନୂଆ ଜର୍ସିରେ ଦେଖିବାକୁ ମିଳିବ । ଏହି ଜର୍ସିର ରଙ୍ଗ ହାଲୁକା ନୀଳ ହେବାକୁ ଯାଉଛି ।

ଟିମ୍ ଇଣ୍ଡିଆର ଅଫିସିଆଲ୍ କିଟ୍ ପ୍ରଯୋଜକ ‘ଏମପିଏଲ ସ୍ପୋର୍ଟସ୍’ ମଙ୍ଗଳବାର ଦିନ ଘୋଷଣା କରିଛି ଯେ ଆସନ୍ତା ଟି-20 ବିଶ୍ୱକପ 2022 ରେ ମେନ ଇନ୍ ବ୍ଲୁ ନୂଆ ଜର୍ସିରେ ନଜର ଆସିବେ । ଏମପିଏଲ ସ୍ପୋର୍ଟସ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ରୋହିତ ଶର୍ମା , ଶ୍ରେୟସ ଆୟର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ଜର୍ସିରେ ଦେଖିବାକୁ ମିଳିଛି ।

ଏହି ଭିଡିଓରେ ରୋହିତ କହିଛନ୍ତି, ପ୍ରଶଂସକ ଭାବରେ ଆପଣ ଆମକୁ ସେ କ୍ରିକେଟର କରନ୍ତି ଯାହା ଆମେ ଅଟୁ । ଏହି ସମୟରେ ଶ୍ରେୟସ୍ ଆୟର କହିଛନ୍ତି, ଖେଳ ସମାନ ନୁହେଁ ଯେତେବେଳେ ଆପଣମାନେ ଆମକୁ ଉତ୍ସାହିତ କରନ୍ତି । ଆୟରଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବରେ ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସୋମବାର ଦିନ ଚୟନ କମିଟି ନିଜର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ।

ଭାରତୀୟ ଦଳର ବର୍ତ୍ତମାନର ଜର୍ସି ରଙ୍ଗ ନେଭି ବ୍ଲୁ । କିନ୍ତୁ ଏମପିଏଲ ଦ୍ୱାରା ଜାରି କରାଯାଇଥିବା ଟ୍ୱିଟରୁ ଜଣାପଡିଛି ଯେ ଆଗାମୀ ଟି-୨୦ ବିଶ୍ୱକପ ୨୦୨୨ ରେ ଭାରତୀୟ ଦଳର ଜର୍ସିର ରଙ୍ଗ ହାଲୁକା ନୀଳ ହେବାକୁ ଯାଉଛି । ଜର୍ସି ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଲଞ୍ଚ ହୋଇନାହିଁ ।