ଭାବବିହ୍ୱଳ ହୋଇପଡିଲେ ଦିନେଶ କାର୍ତ୍ତିକ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଅଷ୍ଟ୍ରେଲିଆରେ ଆସନ୍ତା ମାସରେ ହେବାକୁ ଥିବା ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇସାରିଛି । ଆହତ କାରଣରୁ ଏସିଆ କପ୍‌ରୁ ବାଦ୍ ପଡିଥିବା ଜସପ୍ରୀତ ବୁମରାହ ଏବଂ ହର୍ଷଲ ପଟେଲ ଟିମ୍‌ରେ ସାମିଲ ହୋଇଛନ୍ତି ଅଭିଜ୍ଞ ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ଟିମରେ ସ୍ଥାନ ମିଳିଛି । ଦିନେଶ କାର୍ତ୍ତିକ ସେତେବେଳେ ବି ଟିମ୍ ଇଣ୍ଡିଆର ସଦସ୍ୟ ଥିଲେ ଯେତେବେଳେ କି ୨୦୦୭ ମସିହାରେ, ଭାରତ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଥିଲା । ୧୫ ବର୍ଷ ପରେ ଏବେ ପୁଣି ଥରେ କାର୍ତ୍ତିକଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି ।

ସ୍କ୍ୱାଡରେ ସାମିଲ ହେବା ପରେ କାର୍ତ୍ତିକ ଭାବ ବିହ୍ୱଳ ହୋଇଯାଇଛନ୍ତି । ଟ୍ୱିଟ୍ କରି ଡିକେ ଲେଖିଛନ୍ତି, ସ୍ୱପ୍ନ ସତ ହୁଏ । ସେପଟେ କାର୍ତ୍ତିକଙ୍କ ଟ୍ୱିଟ୍ ପରେ ପାଣ୍ଡ୍ୟା ମଧ୍ୟ ଦିନେଶଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍ କରି ଲେଖିଛନ୍ତି, ଚାମ୍ପିୟନ । ଦିନେଶ କାର୍ତ୍ତିକଙ୍କୁ ଏସିଅ । କପ୍ ୨୦୨୨ରେ ଅଧିକ ସୁଯୋଗ ମିଳିନଥିଲା । କିନ୍ତୁ ଟି-୨୦ ବିଶ୍ୱକପ ପୂର୍ବରୁ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ଗସ୍ତ ଥିବା ବେଳେ ସେଥିରେ ସେ ଭଲ ପ୍ରଦର୍ଶନ କରି ୱାର୍ଲଡ୍ କପ୍ ପ୍ଲେଇଂ ଇଲେଭେନରେ ସ୍ଥାନ ପାଇବାକୁ ପ୍ରୟାସ କରିବେ ।

ଅନ୍ୟପଟେ ଆଲୋଚନା ବି ହେଉଛି ଯେ, ବିଶ୍ୱକପରେ ଭାରତର ନମ୍ବର ୱାନ୍ ୱିକେଟ୍ କିପର କିଏ ହେବେ? ତେଣୁ ସାଉଥ୍ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ସିରିଜ୍ ପରେ ତାହା ସ୍ପଷ୍ଟ ହୋଇଯିବ । ଅନ୍ୟପଟେ ଯଦି କାର୍ତ୍ତିକ ଏବଂ ପନ୍ତ ଉଭୟଙ୍କୁ ପ୍ଲେଇଂ ଇଲେଭେନରେ ରଖାଯାଏ ତେବେ ପଞ୍ଚମ ବୋଲିଂ ବିକଳ୍ପ ଭାବେ କେବଳ ପାଣ୍ଡ୍ୟାଙ୍କୁ ହିଁ ନିଆଯାଇପାରିବ । କିନ୍ତୁ ପାଣ୍ଡ୍ୟା ବ୍ୟାଟ୍‌ରେ କମାଲ କରିଛନ୍ତି, ବୋଲିଂରେ ଆଦୌ ପ୍ରଭାବିତ କରିନଥିବା ନିକଟରେ ଦେଖିବାକୁ ମିଳିଛି ।ଏପରି ସ୍ଥିତିରେ ବୋଲିଂ ବିକଳ୍ପ ରଖିବ ଟିମ୍ ଇଣ୍ଡିଆ କାର୍ତ୍ତିକ କିନ୍ତୁ ବେଷ୍ଟ୍ ଫିନିସରର ଭୂମିକା ତୁଲାଇ ସାରିଛନ୍ତି । କିନ୍ତୁ ପନ୍ତଙ୍କ ବ୍ୟାଟରୁ ସେଭଳି ବଡ ଇନିଂସ ଦେଖିବାକୁ ମିଳିନାହିଁ । ଏପରି ସ୍ଥିତିରେ ମ୍ୟାନେଜମେଣ୍ଟ କାହା ଉପରେ ଆସ୍ଥା ପ୍ରକଟ କରିବ ତାହା ବଡ ପ୍ରଶ୍ନ ।