ସୋନିଆ ଗାନ୍ଧୀଙ୍କୁ ବିଜେପି ପ୍ରାଧାନମନ୍ତ୍ରୀ ପ୍ରାର୍ଥୀ କରିବ : ଅରବିନ୍ଦ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: (ସଂକେତ୍ ଟିଭି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ‘ମୁଁ ଶୁଣିଛି କି ମୋଦିଜୀଙ୍କ ପରେ ସୋନିଆ ଗାନ୍ଧୀଙ୍କୁ ବିଜେପି ପ୍ରାଧାନମନ୍ତ୍ରୀ ପ୍ରାର୍ଥୀ କରିବ । ମୋର ଏ ପ୍ରଶ୍ନ ତାଙ୍କୁ ପଚାରିବ । ଆଗାମୀ ସମ୍ବାଦିକ ସମ୍ମିଳନୀରେ ମୋର ଏ ପ୍ରଶ୍ନ ତାଙ୍କୁ ପଚାରିବ ମୁଁ ଜାଣିଛି ତୁମେ ପଚାରିବାକୁ ଡରିବ ।

ଗୁଜୁରାଟରେ ଚଳିତ ବର୍ଷ ଡିସେମ୍ବରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହେବାରେ ଲାଗିଛି। ଏବେଠି ଆମ ଆଦମି ପାର୍ଟି ପ୍ରଚାର ଜୋରଦାର କଲାଣି। ମଙ୍ଗଳବାର ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅହମ୍ମଦାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିଥିଲେ । ଗୁଜୁରାଟରେ କଂଗ୍ରେସ ଶେଷ ହୋଇଯାଇଛି। ବିଜେପି କେବଳ ଆପର ବିକଳ୍ପ ହୋଇପାରିବ। ଏଠାରେ ସବୁ ଆସନରେ ଆମେ ଲଢିବୁ ଜିତିବୁ ମଧ୍ୟ କହିଥିଲେ କେଜ୍ରିୱାଲ ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମଜସେବୀ ମେଧା ପାଟକର ଆପର ସିଏମ ପ୍ରାର୍ଥୀ ହେବା ନେଇ ବିଜେପି କରିଥିବା ଦାବି ଉପରେ କହିଛନ୍ତି ବିଜେପି ମୋଦିଙ୍କ ପରେ ସୋନିଆ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବ ।

ଏହାପରେ ଆପକୁ କଟାକ୍ଷ କରିଥିଲେ ଗୃହମନ୍ତ୍ରୀ ଅମିତ ଶାହ । ଗୁଜୁରାଟରେ ବିଜେପି ହିଁ ପୁଣି ବାଜିମାତ କରି ସରକାର ଗଢିବ। ଏଥର ଦଳ ଦୁଇତୃତୀୟାଶଂ ଆସନ ହାତେଇବ। ସ୍ବପ୍ନ ବିକୁଥିବା ଲୋକମାନେ ରାଜ୍ୟରେ କଦାପି ନିର୍ବାଚନରେ ସଫଳତା ପାଇବେ ନାହିଁ । ମୁଁ ଗୁଜୁରାଟ ଲୋକଙ୍କୁ ଜାଣିଛି ସ୍ବପ୍ନ ବେପାରରେ ମାତିଥିବା ବ୍ୟକ୍ତି କେବେବି ସଫଳ ହେବେ ନାହିଁ କାରଣ ଗୁଜୁରାଟବାସୀ କାର୍ଯ୍ୟରେ ବିଶ୍ବାସ କରନ୍ତି । ଆଉ ଲୋକମାନେ କାର୍ଯ୍ୟ କରୁଥିବା ଦଳକୁ ସମର୍ଥନ କରିବେ ବୋଲି କହିଥିଲେ ଗୃହମନ୍ତ୍ରୀ ଅମିତ ଶାହ ।