ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ବେଲ୍‌ ବଜାଇଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ : (ସଂକେତ୍ ଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ସେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ଅଧ୍ୟକ୍ଷ ଏସ.ଏସ ମୁନ୍ଦ୍ରାଙ୍କୁ ସାକ୍ଷାତ କରିବା ସହ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ଓପନିଂ ବେଲ୍ ରିଂ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି ସକାଳ ୧୦ଟା ୫୯ରେ ଓପନିଂ ବେଲ୍ ବଜାଇଛନ୍ତି ।

ତେବେ ଦଲାଲ ଷ୍ଟ୍ରିଟରେ ଥିବା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ନବୀନଙ୍କର ଏହା ଥିଲା ପ୍ରଥମ ଗସ୍ତ । ସାଧାରଣତଃ ଷ୍ଟକ୍ ଏକ୍ସଚେଞ୍ଜରେ କୌଣସି କଂପାନୀର ଲିଷ୍ଟିଂ ହେଲେ କିମ୍ବା ଆଇପିଓ ଇସ୍ୟୁ ହେଲେ କଂପାନୀର କର୍ମକର୍ତ୍ତା ଓ ପ୍ରମୋଟର ବେଲ ରିଂ କରିଥାନ୍ତି । ଏହାସହ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବିଏସଇ ବେଲ୍ ବଜାଇ ସ୍ୱାଗତ କରିଥାଏ । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀ ବେଲ୍ ବଜାଇବାରେ ନବୀନ ହେଉଛନ୍ତି ପ୍ରଥମ।