ପୂର୍ବତନ ବିଧାୟକ ଗୋପ ନାରାୟଣ ଦାସଙ୍କ ପରଲୋକ

ବାଲେଶ୍ୱର : (ସଂକେତ୍ ଟିଭି) ବାଲେଶ୍ଵରର ପୂର୍ବତନ ବିଧାୟକ ଗୋପ ନାରାୟଣ ଦାସଙ୍କ୭୫ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଗୋପନାରାୟଣ ଦାସଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଅଣାଯାଉଥିବା ବେଳେ ଭଦ୍ରକ ଜିଲ୍ଲା ଭଣ୍ଡାରପୋଖରୀ ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ସୂଚନା ଅନୁଯାୟୀ, ୧୯୮୫ ମସିହାରେ ଗୋପନାରାୟଣ ଦାସ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ। ସେ ୧୯୮୫ରୁ ୧୯୯୦ ଯାଏଁ ବିଧାୟକ ଥିଲେ । ସେ ଛାତ୍ର ଜୀବନରୁ କଂଗ୍ରେସ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ର ରାଜନୀତିରେ ଅଂଶଗ୍ରହଣ କରିଥିଲେ । ପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଆଇନ ପାଠ ପଢିଥିଲେ। ସେଠାରେ ସଭାପତି ଭାବେ ନିର୍ବାଚନ ଲଢ଼ି ଅଳ୍ପ ଭୋଟରେ ପରାସ୍ତ ହୋଇଥିଲେ। ପରେ ଆଇନଜୀବୀ ଭାବେ ବାଲେଶ୍ୱରରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ୧୯୭୩ରେ ସେ ବାଲେଶ୍ୱର ମ୍ୟୁନିସିପାଲିଟରେ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ୧୯୮୦ରେ ସଦର ବ୍ଲକ ଅଧକ୍ଷ ଭାବେ ନିର୍ବାଚିତ ହୋଇଥିଲେ।

ତାଙ୍କର ବିୟୋଗରେ ବାଲେଶ୍ୱରରେ ଶୋକର ଛାୟା ଖେଳିଯାଇଛି। କଂଗ୍ରେସ ନେତାଙ୍କ ସମେତ ବିଭିନ୍ନ ଦଳର ରାଜନେତା, ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି। ଆସନ୍ତାକାଲି ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।