ଲିଜେଣ୍ଡସ ଲିଗ୍ ପାଇଁ ଅନଲାଇନ୍ ଟିକେଟ ବିକ୍ରି

କଟକ : (ସଂକେତ୍ ଟିଭି) କଟକରେ ଖେଳାଯିବାକୁ ଥିବା ଲିଜେଣ୍ଡସ ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଅନଲାଇନ୍‌ରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ବୁକ୍ ମାଇ ସୋର ମୋବାଇଲ ଆପ୍ଲିକେସନ୍ ଓ ଓ୍ବେବସୋଇଟରେ ଟିକଟ ଉପଲବ୍ଧ ହୋଇଛି । ବର୍ତ୍ତମାନ ସୁଦ୍ଧା କେବଳ ଗ୍ୟାଲେରୀ ନଂ-୨, ୪, କ୍ଲବ ହାଉସ୍‌ ପ୍ରଥମ ମହଲା ଏବଂ କର୍ପୋରେଟ ବକ୍ସର ୨ଟି ସ୍ଥାନ ନିମନ୍ତେ ଟିକଟ ଅନଲାଇନ୍‌ରେ ପ୍ରଦର୍ଶିତ ହେଉଛି । ଅନଲାଇନ୍ ପ୍ଲାଟଫର୍ମରେ ଖୁବଶୀଘ୍ର ଅନ୍ୟ ଗ୍ୟାଲେରୀର ଟିକେଟ ବିକ୍ରି କରାଯିବ ଏହାଛଡ଼ା ଖୁବଶୀଘ୍ର ଅଫ୍‌ଲାଇନ ତଥା କାଉଣ୍ଟର ଟିକଟ ବିକ୍ରି ସଂକ୍ରାନ୍ତୀୟ ଘୋଷଣା କରାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ତର୍ଜାତୀୟ ମ୍ୟାଚ୍ ତୁଳନାରେ ଟିକେଟ ଦର ଅଧା ରହିଛି । ଗ୍ୟାଲେରୀ ନଂ-୨ ଓ ୪ର ଟିକେଟ ମୂଲ୍ୟ ୩୫୦ ଟଙ୍କା ଥିବା ବେଳେ କ୍ଲବ୍ ହାଉସ୍ ପ୍ରଥମ ମହଲା ଟିକେଟ ମୂଲ୍ୟ ୮୫୦ ଟଙ୍କା ଓ କର୍ପୋରେଟ ବକ୍ସ ଟିକଟ ମୂଲ୍ୟ ୪,୮୦୦ ଟଙ୍କା ଅଛି ଦର କମ୍ ଥିଲେ ସୁଦ୍ଧା କ୍ରିକେଟପ୍ରେମୀଙ୍କ ଭିତରେ ଆଶାନୁରୂପ ଉତ୍ସାହ ପରିଲକ୍ଷିତ ହେଉନାହିଁ । ଆସନ୍ତା ୧୭ ତାରିଖରେ ଓସିଏ ପକ୍ଷରୁ ଟିକେଟ ବିକ୍ରି ସଂକ୍ରାନ୍ତୀୟ ଏକ ଘୋଷଣା ହେବ ବୋଲି ବିଶେଷସୂତ୍ରରୁ ଜଣାପଡ଼ି଼ଛି ।

ବାରବାଟୀରେ ୨୬ ତାରିଖରେ ମଣିପାଲ ଟାଇଗର୍ସ-ଭିଲାରା କିଙ୍ଗସ, ୨୭ ତାରିଖରେ ଗୁଜୁରାଟ ଜ୍ୟାଥସ୍‌ଭିଲାରା କିଙ୍ଗସ, ୨୯ ତାରିଖରେ ଇଣ୍ଡିଆ କ୍ୟାପିଟାଲ୍ସ-ମଣିପାଲ ଟାଇଗର୍ସ ବିକ୍ଷ ମ୍ୟାଚ୍ ଖେଳାଯିବ ।