୯ ଦିନରେ ଧୋନିଙ୍କ ହାତ ଛାଡ଼ିଲେ ୩ ସାଥି ଖେଳାଳି

ଚେନ୍ନାଇ : (ସଂକେତ୍ ଟିଭି) ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଭାରତୀୟ ଟିମ୍‌ର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କ ସାଥୀ ଖେଳାଳିଙ୍କ ପାଇଁ ଠିକ୍ ନୁହେଁ । ଗତ ୯ ଦିନ ଭିତରେ ଧୋନିଙ୍କର ୩ ଷ୍ଟାର ଖେଳାଳି ଜଣ ଜଣ କରି ସନ୍ୟାସ ନେବାର ଘୋଷଣା କରିଥିଲେ । ଏଥିରେ ଧୋନିଙ୍କର ସବୁଠାରୁ ଭଲ ସାଙ୍ଗ ସୁରେଶ ରୈନା ମଧ୍ୟ ରହିଛନ୍ତି ।

ସବୁଠାରୁ ପ୍ରଥମେ ଆରମ୍ଭ ସୁରେଶ ରୈନା କରିଥିଲେ ଧୋନିଙ୍କ ସହିତ ରୈନା ୧୫ ଅଗଷ୍ଟ ୨୦୨୦ ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ ହେଲେ ଏଥିର ସେ କ୍ରିକେଟର ସବୁ ଫର୍ମାଟ ଓ ଘରୋଇ କ୍ରିକେଟରୁ ସନ୍ୟାସ ନେବାର ଘୋଷଣା କରିଛନ୍ତି ରୈନା ଦୁଇ ବର୍ଷ ପୂର୍ବରୁ ସନ୍ୟାସ ନେବାପରେ ଆଇପିଏଲ ଓ ଉତ୍ତର ପ୍ରଦେଶ ପାଇଁ ଘରୋଇ କ୍ରିକେଟ ଖେଳୁଥିଲେ ତେବେ ଗତ ଆଇପିଏଲ
୨୦୨୨ ସିଜିନରେ ରୈନାଙ୍କୁ କୌଣସି ଫ୍ରାଞ୍ଚାଇଜ କିଣିନଥିଲେ ।

ରୈନାଙ୍କ ପରେ ମଧ୍ୟ ପ୍ରଦେଶ ଟିମ୍‌କୁ ପ୍ରଥମ ଥର ରଣଜୀ ଟ୍ରଫି ଜିତାଇଥିବା ଷ୍ଟାର ଦୃତ ବୋଲର ଇଶ୍ୱର ପାଣ୍ଡେ ୧୨ ସେପ୍ଟେମ୍ବରରେ ଇଣ୍ଟରନାସନାଲ ଓ ଘରୋଇ କ୍ରିକେଟରୁ ସନ୍ୟାସ ନେବାର ଘୋଷଣା କରିଥିଲେ । ୩୩ ବର୍ଷର ଇଶ୍ୱର ପାଣ୍ଡେ ଦୁଇ ଥର ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ସିରିଜ ଜିତିବା ପାଇଁ ଭାରତୀୟ ଟିମ୍‌ରେ ଚୟନ କରାଯାଇଥିଲା, କିନ୍ତୁ ତାଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିନଥିଲା ।

ସନ୍ୟାସ ପରେ ଦୃତ ବୋଲର ଇଶ୍ୱର ପାଣ୍ଡେ କହିଛନ୍ତି, ଯଦି ଧୋନି ତାଙ୍କୁ ସୁଯୋଗ ଦେଇଥାନ୍ତେ, ତେବେ ଆଜି ତାଙ୍କର କ୍ୟାରିୟର କିଛି ଅଲଗା ରହିଥାନ୍ତା । ଇଶ୍ୱର ପାଣ୍ଡେ ଚେନ୍ନାଇ ସୁପର କିଙ୍ଗସ୍ ସହିତ ଦୁଇଟି ଆଇପିଏଲ ସିଜିନ୍ ଖେଳିଛନ୍ତି ଏହି ସମୟରେ ତାଙ୍କୁ ଧୋନି ଓ କୋଚ୍‌ ଷ୍ଟିଫେନ୍ ଫ୍ଲେମିଙ୍ଗଙ୍କ ମାର୍ଗଦର୍ଶନ ମିଳିଥିଲା ।

୧୪ ସେପ୍ଟେମ୍ବରରେ ଆଇପିଏଲ ଚେନ୍ନାଇ ଟିମ୍ ପାଇଁ କ୍ରିକେଟ ଖେଳିଥିବା ଷ୍ଟାର ଓପନର ରବିନ ଉଥପ୍ପା ଇଣ୍ଟରନ୍ୟାସନାଲ ଓ ଭାରତୀୟ କ୍ରିକେଟରୁ ସନ୍ୟାସ ନେବାର ଘୋଷଣା କରିଥିଲେ ଉଥପ୍ପା ୨୦୦୭ ଟି-୨୦ ବିଶ୍ୱକପ୍ ଜିତିଥିବା ଟିମ୍‌ ଇଣ୍ଡିଆର ସଦସ୍ୟ ଥିଲେ ସେ ଶେଷ ମ୍ୟାଚ୍ ୨୦୧୫ ରେ ଖେଳିଥିଲେ ୩୬ ବର୍ଷୀୟ ଉଥପ୍ପା ଆଇପିଏଲର ୧୫ଟି ସିଜିନ୍ ଖେଳିଛନ୍ତି ଟୁର୍ଣ୍ଣାମେଣ୍ଟରେ ଉଥପ୍ପା ୬ଟି ଟିମ୍ ସହିତ ଖେଳିଛନ୍ତି ଏହା ଟିମ୍‌ ହେଲା ଚେନ୍ନାଇ, କୋଲକାତା ବ୍ୟତୀତ ମୁମ୍ବାଇ ଇଣ୍ଡିଆନ୍ସ, ପୁଣେ ୱାରିୟର୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ରାଜସ୍ଥାନ ରୟାଲ୍ସ ଉଥପ୍ପା ଆଇପିଏଲରେ ୨୦୫ଟି ମ୍ୟାଚ୍‌ ଖେଳିଛନ୍ତି, ଯେଉଁଥିରେ ୪୯୫୨ ରନ୍‌ କରିଛନ୍ତି ଉଥପ୍ପା କ୍ରିଜରୁ ଆଗକୁ ବଢି ଆଟାକିଂ ଗେମ୍ ଖେଳିବା ନେଇ ତାଙ୍କର ରହିଛି ସ୍ୱତନ୍ତ୍ର ପରିଚୟ ।