ୟୁକ୍ରେନ୍‌ ଯୁଦ୍ଧ ପାଇଁ ପୁଟିନ୍‌ଙ୍କୁ ଗାଳି ଦେଲେ ମୋଦୀ

ୱାସିଂଟନ୍‌ : (ସଂକେତ୍ ଟିଭି):ଉଜ୍‌ବେକିସ୍ତାନର ସମରକନ୍ଦ ନଗରୀରେ ନରେନ୍ଦ୍ର ମ‌ୋଦୀ ଓ ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଆଲୋଚନା ସମୟରେ ‘ୟୁକ୍ରେନ୍‌ ଯୁଦ୍ଧ ପାଇଁ ମୋଦୀ ପୁଟିନ୍‌ଙ୍କୁ ଗାଳି ଦେଲେ’ ବୋଲି ‘ଦି ୱାସିଂଟନ୍‌ ପୋଷ୍ଟ୍‌’ ରିପୋର୍ଟର ଶିରୋନାମା କରିଛି । ସେହିଭଳି ‘ଦି ୟୁଏସ୍‌ ଡେଲି’ ରିପୋର୍ଟ କରିଛି, ସର୍ବସାଧାରଣଙ୍କୁ ହତବାକ୍‌ କରିବା ଭଳି ଗାଳି ଦେଇ ମୋଦୀ ପୁଟିନ୍‌ଙ୍କୁ କହିଲେ: ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ। ମୁଁ ଫୋନ୍‌ରେ ବି ଏ କଥା ଆପଣଙ୍କୁ କହିଥିଲି।

ଉଜ୍‌ବେକିସ୍ତାନର ସମରକନ୍ଦ ନଗରୀରେ ନରେନ୍ଦ୍ର ମ‌ୋଦୀ ଓ ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଆଲୋଚନା ଉପରେ ପ୍ରତିଷ୍ଠିତ ଆମେରିକୀୟ ଗଣମାଧ୍ୟମ ସବୁ ବ୍ୟାପକ ଭାବେ ରିପୋର୍ଟ କରିଛନ୍ତି। ଏବେ ୟୁକ୍ରେନ୍‌ ସହିତ ଯୁଦ୍ଧ କରିବାର ସମୟ ନୁହେଁ ବୋଲି ରୁଷୀୟ ରାଷ୍ଟ୍ରପତିଙ୍କୁ କହିଥିବାରୁ ଆଜି ଆମେରିକାର ପ୍ରତିଷ୍ଠିତ ଗଣମାଧ୍ୟମ ସବୁ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି।

ମୋଦୀ ଓ ପୁଟିନ୍‌ଙ୍କ ଆଲୋଚନାକୁ ମଧ୍ୟ ‘ଦି ୱାସିଂଟନ୍‌ ପୋଷ୍ଟ୍‌’ ଏବଂ ‘ଦି ନ୍ୟୁୟର୍କ ଟାଇମ୍ସ୍‌’ ସେମାନଙ୍କ ୱେବ୍‌ପେଜ୍‌ର ପ୍ରମୁଖ ଖବର ଭାବେ ପ୍ରକାଶ କରିଛନ୍ତି। ଶିରୋନାମାରେ ‘ଦି ନ୍ୟୁୟର୍କ ଟାଇମ୍ସ୍‌’ ଲେଖିଛି: ଭାରତର ନେତା ପୁଟିନ୍‌ଙ୍କୁ କହିଲେ ଯେ, ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ।

ଉଲ୍ଲେଖଯୋଗ୍ୟ, ସମରକନ୍ଦ ଆଲୋଚନା ବେଳେ ରୁଷୀୟ ରାଷ୍ଟ୍ରପତି ମୋଦୀଙ୍କୁ କହିଥିଲେ କି, ୟୁକ୍ରେନ୍‌ ସଂର୍ଘଷ ଫଳରେ ଭାରତରେ ଉପୁଜି ଥିବା ପରିସ୍ଥିତି ବିଷୟରେ ସେ ଜାଣନ୍ତି। ଯଥ‌ାଶୀଘ୍ର ସମ୍ଭବ ଆମେ ଯୁଦ୍ଧର ଅବସାନ ଘଟାଇବାକୁ ଚାହୁଁଛୁ।