୩୨ ବର୍ଷ ପରେ କାଶ୍ମୀର ଘାଟୀରେ ଖୋଲିଲା ସିନେମା ହଲ୍‌

ନୂଆଦିଲ୍ଲୀ: (ସଂକେତ୍ ଟିଭି) ଦୀର୍ଘ ତିନି ଦଶନ୍ଧି ପରେ ଏବେ ଜାମ୍ମୁ କାଶ୍ମୀରର ଶୋପିଆନ୍ ଏବଂ ପୁଲୱାମାରେ ସିନେମା ହଲ୍ ଖୋଲିବ। ଏହି ମଲ୍ଟିପ୍ଲେକ୍ସରେ ପ୍ରଥମ ଫିଲ୍ମ ଭାବେ ପ୍ରଦର୍ଶିତ ହେବ ଆମୀର ଖାନଙ୍କ ‘ଲାଲ ସିଂ ଚଡ୍ଡା’। ଦକ୍ଷିଣ କଶ୍ମୀର ଜିଲ୍ଲାର ପୁଲଓ୍ଵାମା ଓ ସୋପିଆନ୍‌ରେ ମଲ୍ଟିପ୍ଲେକ୍ସକୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ରବିବାର ଦିନ ଲୋକାର୍ପଣ କରିଛନ୍ତି।

ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଜାମ୍ମୁ କାଶ୍ମୀର ପାଇଁ ଆଜି ଏକ ଐତିହାସିକ ଦିନ। ଜାମ୍ମୁ କାଶ୍ମୀର ଯୁବଗର୍ବଙ୍କୁ ସିନେମା ହଲ୍‌ ସମର୍ପିତ କରିଛନ୍ତି ଉପରାଜ୍ୟପାଳ। ନୂଆ ମଲ୍ଟିପ୍ଲେକ୍ସ ଜାମ୍ମୁ କାଶ୍ମୀରରେ ନିଯୁକ୍ତି ସୃଷ୍ଟି କରିବା ସହ ଯୁବବର୍ଗଙ୍କୁ ତାଲିମ୍‌ ଓ ସେମିନାରରେ ବ୍ୟବହାର ହୋଇପାରିବ ବୋଲି କହିଛନ୍ତି ଉପରାଜ୍ୟପାଳ।

ଲୋକାର୍ପଣ ପରେ ସ୍ଥାନୀୟ ଲୋକମାନେ ପୁଲୱାମା ଏବଂ ଏମସି ଶୋପିଆନ୍ ର ନୂଆ ସିନେମା ହଲ୍ ପରିଦର୍ଶନ କରିଥିଲେ। ଏହି ସମୟରେ, ଭାଗ ମିକ୍କା ଭାଗ, ଆରଆରଆର, ସ୍ଵଦେଶ ଔର ବୋଷ: ଦ ଫରଗଟନ ହିରୋ ଟ୍ରେଲର ସମସ୍ତଙ୍କୁ ଦେଖାଯାଇଥିଲା । ଏହା ସହିତ ଛାତ୍ରମାନଙ୍କ ପାଇଁ ଏସ୍ ଏସ୍‌ ରାଜାମୌଲିଙ୍କ ଫିଲ୍ମ RRR ର ଏକ ସ୍କ୍ରିନିଂ ମଧ୍ୟ ହୋଇଥିଲା । ତିନି ଦଶନ୍ଧି ପରେ କାଶ୍ମୀରରେ ସ୍କ୍ରିନିଂ ପାଇଥିବା ପ୍ରଥମ ଚଳଚ୍ଚିତ୍ର ହେଉଛି RRR। ଏଥି ସହିତ ଶ୍ରୀନଗରରେ ମଲ୍ଟିପ୍ଲେକ୍ସ ମଙ୍ଗଳବାର ଠାରୁ ଅମୀର ଖାନଙ୍କ ଲାଲ ସିଂ ଚଢାର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ସହିତ ଆରମ୍ଭ ହେବ।

୩୨ବର୍ଷ ପୂର୍ବେ ଆର୍ଥାତ୍‌ ଆଜିକା ଦିନରେ ଆତଙ୍କବାଦୀ ଧମକ ଏବଂ ଆକ୍ରମଣ ହେତୁ ୧୯ଟି ସିନେମା ହଲ୍ ଗୋଟିଏ ପରେ ଗୋଟିଏ ବନ୍ଦ ହୋଇଯାଇଥିଲା। ବଡ଼ ପରଦାରେ ଚଳଚ୍ଚିତ୍ର ଦେଖିବା ପାଇଁ କାଶ୍ମୀରର ଲୋକଙ୍କୁ ଜାମ୍ମୁ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଅର୍ଥାତ୍‌ ୩୦୦ କିଲୋମିଟର ଯାତ୍ରା କରିବାକୁ ପଡୁଥୁଲା ।