EntertainmentLatest

୩୦ ବର୍ଷ ସାନ ହିରୋଇନ୍ ସହ ରୋମାନ୍ସ କଲେ ନାଗାର୍ଜୁନ

ମୁମ୍ବାଇ : (ସଂକେତ୍ ଟିଭି) ସାଉଥର ମେଗା ସୁରଷ୍ଟାର ନାଗାର୍ଜୁନ । ଖୁବ ଶୀଘ୍ର ବଲିଉଡ ଅଭିନେତ୍ରୀ ସୋନଲ ଚୌହାନଙ୍କ ସହ ନଜର ଆସିବେ । ଏହି ଚଳଚ୍ଚିତ୍ରର ଟ୍ରେଲର କିଛି ଦିନ ପୂର୍ବରୁ ରିଲିଜ ହୋଇଥିଲା । ଯାହା ସୋସିଆଲ ମିଡିଆରେ ବହୁତ ଭଲ ପ୍ରତିକ୍ରିୟା ପାଇଛି । ଏଥି ସହିତ, ଫିଲ୍ମର ଆଉ କିଛି ଅପଡେଟ ସାମ୍ନାକୁ ଆସିଛି ।

ଯେଉଁଥିରେ ନାଗାର୍ଜୁନ ଏବଂ ସୋନଲଙ୍କ ମଧ୍ୟରେ ଧମାକାଦାର କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏହା ପ୍ରଥମ ଥର ପାଇଁ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ । ନାଗାର୍ଜୁନ ଏବଂ ସୋନଲଙ୍କ ଏହି ଫଟୋଗୁଡିକ ଗୁଡ଼ିକ ଦେଖିବା ପରେ ଏହା ସ୍ପଷ୍ଟ ହୋଇଛି କି ସେମାନଙ୍କ ଜବରଦସ୍ତ କେମେଷ୍ଟ୍ରି ଲୋକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିବ । ଫିଲ୍ମର ‘ବେଗମ୍‌’ ଗୀତ ସମସ୍ତଙ୍କ ହୃଦୟକୁ ଛୁଇଁବାରେ ଲାଗିଛି ।

ପୋଷ୍ଟର ସେୟାର କରିବା ସହିତ ସୋନାଲ ଲେଖିଛନ୍ତି, ‘ରୋମାନ୍ସ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ଏହି ଫିଲ୍ମର ନିର୍ଦ୍ଦେଶନା ପ୍ରବୀଣ ସତ୍ତାରୁ ଦେଇଥିବା ବେଳେ ଜବରଦସ୍ତ ଆକ୍ସନ୍ ଏବଂ ରୋମାନ୍ସ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ଅକ୍ଟୋବର ୫ ରେ ମୁକ୍ତିଲାଭ କରିବାକୁ ଯାଉଛି ।