ରାହୁଲ ଗାନ୍ଧୀଙ୍କ ସହିତ ଡେଟ୍ କରିବାକୁ ଚାହୁଁଥିଲେ କରୀନା କପୁର

ନୂଆଦିଲ୍ଲୀ : (ସଂକେତ୍ ଟିଭି ) କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହିତ ଡେଟ୍ କରିବାକୁ ଚାହୁଁଥିଲେ ବଲିଉଡ ଅଭିନେତ୍ରୀ କରିନା କପୁର । ସେ ଏନେଇ ଚାଟ୍ ଶୋ’ରେ ଖୁଲାସା କରିଥିଲେ ।

୨୦୦୦ରେ ଅଭିଷେକ ବଚ୍ଚନଙ୍କ ବିପକ୍ଷରେ ଫିଲ୍ମ ‘ରିଫ୍ୟୁଜି’ ସହିତ ବଲିଉଡରେ ଡେବ୍ୟୁ କରିବା ପରେ କରୀନା ସିମି ଗାରେୱାଲଙ୍କ ପ୍ରସିଦ୍ଧ ଚାଟ୍ ଶୋ’ରେ ପହଞ୍ଚିଥିଲେ । ଏହି ଚାଟ୍ ଶୋ’ରେ କରୀନା ପ୍ରଥମ ଥର ପାଇଁ ନିଜ ବିଷୟରେ ଅନେକ କଥା ଖୁଲାସା କରିଥିଲେ । ଏହି ସାକ୍ଷାତକାରରେ ସିମି ଗାରେୱାଲ କରୀନାଙ୍କୁ ପଚାରିଥିଲେ ଯେ ସେ କାହା ସହିତ ଡେଟ୍ କରିବାକୁ ଚାହୁଁଛନ୍ତି । ଏହା ଉପରେ କରୀନା ରାହୁଲ ଗାନ୍ଧୀଙ୍କ ନାମ ନେଇଥିଲେ । କରୀନାଙ୍କ ଏହି ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହି ସାକ୍ଷାତକାରରେ କରୀନା କହିଥିଲେ ଯେ, ରାହୁଲ ଜଣେ କୌତୁହଳ ବ୍ୟକ୍ତି ହେବେ ବୋଲି ସେ ଭାବନ୍ତି । କରୀନା ଆହୁରି ମଧ୍ୟ କହିଥିଲେ ଯେ, ଉଭୟଙ୍କ ମଧ୍ୟରେ କି ପ୍ରକାର କଥା ହେବ ସେ ସବୁବେଳେ ଚିନ୍ତା କରନ୍ତି । ଯେହେତୁ ସେ ନିଜେ ଫିଲ୍ମ ପରିବାରର ଓ ରାହୁଲ ଏକ ବଡ଼ ରାଜନୈତିକ ପରିବାରରୁ ଆସନ୍ତି । ତେଣୁ ବୋଧହୁଏ ଆମର କୌତୁହଳପୂର୍ଣ୍ଣ ବାର୍ତ୍ତାଳାପ ହୋଇପାରେ ।