ବାପା ମାକୁ ଜୀବନରେ ମାରିବା ପାଇଁ ପେଟ୍ରୋଲ ଢାଳି ଘରେ ନିଆଁ ଲଗାଇଲା ପୁଅ

ବାଲିଆପାଳ : (ଉମାକାନ୍ତ ନାୟକ ) ବାପା ମାକୁ ଜୀବନରେ ମାରି ଦେବା ପାଇଁ ପେଟ୍ରୋଲ ଢାଳି ଘରେ ନିଆଁ ଲଗାଇଲା ପୁଅ । ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଗୋଛିଦା ତେଘରି ପଂଚାୟତ ଅଧୀନ ମଙ୍ଗରାଜପୁର ଗାଁରେ ।

ସୂଚନା ଅନୁଯାୟୀ,ମଙ୍ଗରାଜପୁର ଗାଁର ବାପା ସୁଧୀର ନାୟକ ଓ ମାଆ ସ୍ନେହଲତାଙ୍କ ଏକମାତ୍ର ପୁତ୍ର ଶ୍ରୀମନ୍ତ(୪୦) । ଶ୍ରୀମନ୍ତ ବିବାହ ପରେ କାନ୍ଥିଭଉଁରୀ ଗାଁର ଶ୍ୱଶୁର ଘରେ ରହି ଆସୁଥିଲେ ସୋମବାର ଦିନ ପ୍ରାୟ ୧ଟା ବେଳେ ମା ରୋଷେଇ କରୁଥିବା ବେଳେ ସେ ଅଚାନକ ଘରେ ପହଂଚି ଥିଲେ । ମାଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ ।ପେଟ୍ରୋଲ ଢାଳି ଘରେ ନିଆଁ ଲଗାଇ ବାପା ଓ ମାଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ:ପୁଅ ଗିରଫ ବାପା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ଯ ସେ ଛାଡ଼ି ନଥିଲେ । ପରେ ରାଗରେ ।

ଗାଁ ଲୋକେ ନିଆଁକୁ ଆୟତ୍ତ କରିବା ବେଳକୁ ଘରେ ଥିବା ସମସ୍ତ ଆସବାବ ପତ୍ର ପୋଡ଼ି ପାଉଁଶ ହୋଇ ଯାଇଥିଲା । ମା ସ୍ନେହଲତା ଜଣେ କର୍କଟ ରୋଗୀ ତାଙ୍କ ଚିକିତ୍ସା ପାଇଁ ବାପା ସୁଧୀର ମାଗି ଯାଚି ଘରେ ୩୫ହଜାର ଟଙ୍କା ସାଇତି ରଖିଥିଲେ । ତାହା ମଧ୍ୟ ଜଳି ପୋଡ଼ି ପାଉଁଶ ହୋଇ ଯାଇଛି । ଏବେ ନିରାଶ୍ରୟ ବାପା,ମା ରାତି କେମିତି କାଟିବେ ଚିନ୍ତାରେ ରହିଛନ୍ତି ।

ଖବର ପାଇ ଭୋଗରାଇ ଥାନା ଅଧିକାରୀ ପ୍ରଭଞ୍ଜନ ବେହେରା ଓ ଚନ୍ଦନେଶ୍ୱର ଫାଣ୍ଡି ଅଧିକାରୀ ବିଶ୍ୱନାଥ କର ଘଟଣାସ୍ଥଳରେ ପହଂଚି ପୁଅକୁ ଗିରଫ କରିଛନ୍ତି । ଏ ବାବଦରେ ବାପାଙ୍କ ଲିଖିତ ଅଭିଯୋଗ ମୂଳେ ଭୋଗରାଇ ଥାନାରେ କେଶ ନଂ ୧୫୩ /୨୨ରେ ଏକ ମାମଲା ରୁଜ୍ଜୁ ହୋଇଛି ।