୮୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ବସ୍ତା : (ପ୍ରଶାନ୍ତ ସେନାପତି ) ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ 793 ଗ୍ରାମ ବ୍ରାଉନସୁଗର ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟବସାୟୀ ମାନେ ହେଲେ ସିଂଲା ଥାନା ମୁଗପାଳ ଗ୍ରାମର ପରେଶ ଦାସ, ଦେଭୋଗ ଗ୍ରାମର ସେକ ସେକୁର ଉଦ୍ଦିନ ଏବଂ ଜଳେଶ୍ୱର ଥାନା ଶାସନବାର୍ଡ ଗ୍ରାମର ସେକ ମୁସ୍ତାଫା ବୋଲି ଜଣା ପଡିଛି। ତେବେ ଜବତ୍ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ 80 ଲକ୍ଷ ଟଙ୍କା ହେବ।

ବିଶେଷ ସୂତ୍ରରୁ ଖବର ପାଇ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରି ସିଂଲା ଥାନା ମୁଗପାଳ ଗ୍ରାମର ପରେଶ ଦାସଙ୍କ ନିକଟରୁ 272 ଗ୍ରାମ ବ୍ରାଉନସୁଗର, ଦେଭୋଗ ଗ୍ରାମର ସେକ ସେକୁର ଉଦ୍ଦିନଙ୍କ ନିକଟରୁ 251 ଗ୍ରାମ ବ୍ରାଉନସୁଗର ଏବଂ ଶାସନବାର୍ଡ ଗ୍ରାମର ସେକ ମୁସ୍ତାଫାଙ୍କ ନିକଟରୁ 793 ଗ୍ରାମ ବ୍ରାଉନସୁଗର ଜବତ କରିଛି ।