ଅକ୍ଟୋବର ପହିଲାରୁ କ୍ରିକେଟରେ ବଦଳିଯିବ ନିୟମ

ମୁମ୍ବାଇ : (ସଂକେତ୍ ଟିଭି) ୨୦୨୨ ଅକ୍ଟୋବର ପହିଲାରୁ ବଦଳିଯିବ କ୍ରିକେଟର ନିୟମ । ଏନେଇ ମଙ୍ଗଳବାର ଘୋଷଣା କରିଛି ଆଇସିସି । ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ପୁରୁଷ କ୍ରିକେଟ୍ କମିଟି ର ୨୦୧୭ ନିୟମ ତୃତୀୟ ସଂସ୍କରଣରେ ଖେଳ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ସୁପାରିଶ କରିଥିଲା । ଏହାକୁ ମହିଳା କ୍ରିକେଟ୍‌ କମିଟି ସହିତ ଅଂଶୀଦାର କରାଯାଇଥିଲା । ଆଉ ଏହି ସୁପାରିଶ କ୍ରମେ ନିୟମରେ ପରିବର୍ତ୍ତନ କରାଯାଇଛି ।

ଏହି ନୂତନ ନିୟମ ୧ ଅକ୍ଟୋବର ୨୦୨୨ରୁ କାର୍ଯ୍ୟକାରୀ ହେବ । ଅର୍ଥାତ ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଆଇସିସି ପୁରୁଷ ଟି-୨୦ ବିଶ୍ୱ୍‌କପ ଏହି ନୂତନ ନିୟମ ଆଧାରରେ ଖେଳାଯିବ । ଏହି ନିୟମ ଆଧାରରେ ବ୍ୟାଟ୍ସମ୍ୟାନ୍ ଆଉଟ ହେବା ପରେ ନୂଆ ବ୍ୟାଟ୍ସମ୍ୟାନ୍ ଷ୍ଟ୍ରାଇକ୍ କରିବାକୁ ଆସିବେ । ପୂର୍ବରୁ ଏହାଥିଲା ଯେ କ୍ୟାଚ୍ ସମୟରେ ଷ୍ଟ୍ରୋକ୍ ପରିବର୍ତ୍ତନ ହେବାବେଳେ ନୂଆ ବ୍ୟାଟ୍ସମ୍ୟାନ୍‌ ଅନ୍ୟ ପଟେ ଆସୁଥିଲେ । ଏବେ କିନ୍ତୁ ଆଉ ସେମିତି ହେଉନି ।

ସେହିପରି ବଲରେ ଲାଳ ଉପରେ ସ୍ଥାୟୀ ନିଷେଧାଦେଶ ହୋଇଛି । କୋଭିଡ- ୧୯ ମହାମାରୀ ହେତୁ ଲାଳରେ ସାମୟିକ ଭାବେ ନିଷେଧ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ଲାଳକୁ ସବୁଦିନ ପାଇଁ ନିଷିଦ୍ଧ କରାଗଲା । ଆହୁରି ମଧ୍ୟ ନୂତନ ବ୍ୟାଟ୍ସମ୍ୟାନ୍‌ଙ୍କୁ ଟେଷ୍ଟ ଏବଂ ଦିନିକିଆରେ ଦୁଇ ମିନିଟ ମଧ୍ୟରେ ଷ୍ଟ୍ରାଇକ୍ କରିବାକୁ ପଡିବ । ଏହାସହ ଟି-୨୦ରେ ଏହାର ସମୟ ସୀମା ୯୦ସେକେଣ୍ଡ ହେବ । ପ୍ରଥମ ବ୍ୟାଟ୍ସମ୍ୟାନ୍‌ଙ୍କ ଆଉଟ୍ ହେବା ପରେ ନୂତନ ଖେଳାଳିଙ୍କୁ ଟେଷ୍ଟ ଏବଂ ଦିନିକିଆରେ ତିନି ମିନିଟ୍‌ ପାଉଥିଲେ । ଯଦି ଏହି ନିୟମରେ ବ୍ୟାଟର୍‌ ଖିଲାପ କରନ୍ତି ତେବେ ଫିଲ୍ଡିଂ ପକ୍ଷର ଅଧିନାୟକ ଟାଇମ୍ ଆଉଟ୍‌ ଆବେଦନ କରିପାରନ୍ତି ।

ଯଦି ବଲ ପିଚ୍ ବାହାରେ ପଡୁଛି ତ ନୂଆ ନିୟମ ଆଧାରରେ ବ୍ୟାଟର୍‌ଙ୍କ ବ୍ୟାଟର କିଛି ଅଂଶ ଯଦି ପିଚ୍ ଭିତରେ ରୁହେ ତେବେ ତାହା ଖେଳିବା ଯୋଗ୍ୟ ହେବ । ବାହାରକୁ ଗଲେ ଅମ୍ପାୟାର ଡେଡ୍ ବଲ ଘୋଷଣା କରିବେ । ପିଚ୍‌ରୁ ବାହାରକୁ ଯାଇ ଖେଳୁଥିବା ଯେକୌଣସି ବଲ ନୋ ବଲ୍‌ ହେବ । ବୋଲର୍ ବୋଲିଂ କରୁଥିବା ବେଳେ ଯଦି କୌଣସି ଅନୁଚିତ ଏବଂ ଜାଣିଶୁଣି ମୁଭମେଣ୍ଟ କରନ୍ତି ତେବେ ଅମ୍ପାୟାର ଡେଡ୍ ବଲ୍ ଘୋଷଣା କରିବେ । ଏହା ଛଡା ବିପକ୍ଷ ବ୍ୟାଟିଂ କରୁଥିବା ଟିମ୍ ୫ରନ୍ ପେନାଲିଟି ଭାବେ ମିଳିବ । ଯଦି କୌଣସି ବୋଲର ବୋଲିଂ କରିବା ପରେ ଡେଲିଭରୀ ଷ୍ଟ୍ରାଇଡରେ ପ୍ରବେଶ କରିବା ପୂର୍ବରୁ ଷ୍ଟ୍ରାଇକ୍‌ ବ୍ୟାଟରଙ୍କୁ ରନ୍ ଆଉଟ କରିବାକୁ ବଲ ଫିଙ୍ଗନ୍ତି ତେବେ ତାହା ଡେଡ୍ ବଲ ଘୋଷିତ ହେବ । ପୂର୍ବରୁ ଏହାକୁ ନୋ ବଲ କରାଯାଉଥିଲା । ଟ୍ୱେଣ୍ଟି ଟ୍ୱେଣ୍ଟି ଭଳି ଏବେ ଦିନିକିଆ କ୍ରିକେଟରେ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଓଭର ପୁରା ନକଲେ ଫିଲଡିଂ ଟିମକୁ ଜଣେ ଫିଲଡରଙ୍କୁ ୩୦ ଗଜ ଅର୍ଥାତ ସର୍କଲ ଭିତରେ ରଖିବାକୁ ହେବ ।