EntertainmentLatest

ୱାରେଣ୍ଟ ପରେ ଆତ୍ମସମର୍ପଣ କଲେ ସ୍ୱପ୍ନା ଚୌଧୁରୀ

ଲକ୍ଷ୍ମୌ : (ସଂକେତ୍ ଟିଭି) କୋର୍ଟରେ ଆତ୍ମସପର୍ମଣ କଲେ ହରିୟାଣାର ଫେମସ୍‌ ଡ୍ୟାନ୍ସର ତଥା ବିଗ୍ୱସ୍‌ ଫେମ୍‌ ଅଭିନେତ୍ରୀ ସପ୍ନା ଚୌଧୁରୀ । ସେ ଠକେଇ ଅଭିଯୋଗରେ ଲକ୍ଷ୍ନୌର ଏକ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ପୂର୍ବରୁ ତାଙ୍କ ନାଁରେ ଗିରଫ ୱାରେଣ୍ଟ ଜାରି ହୋଇଥିଲା । ଏହାକୁ ନେଇ ଗିରଫଦାରୀର ଖଣ୍ଡା ତାଙ୍କ ମୁଣ୍ଡରେ ଝୁଲୁଥିଲା । ସୋମବାର ସେ ଲୁଚି ଲୁଚି ଆସି ଲକ୍ଷ୍ନୌରେ ପହଞ୍ଚିଥିଲେ । ଏଠାରେ ୨୦୪ ସ୍ଥିତି ଏସିଜେଏମ୍‌ କୋର୍ଟରେ ହାଜର ହୋଇଥିଲେ ।

ତାଙ୍କ ବିରୋଧରେ ଜାରି ହୋଇଥିବା ଗିରଫ ୱାରେଣ୍ଟକୁ ସେ ରଦ୍ଦ କରିବାକୁ ଏଠାକୁ ଆସିଥିଲେ । କୋର୍ଟରେ ହାଜର ହେବା ପରେ ତାଙ୍କୁ ପୁଲିସ କଷ୍ଟଡିକୁ ନେଇଥିଲା । କୋର୍ଟରେ ହାଜର ହୋଇ ସହଯୋଗ କରିବେ ବୋଲି ସର୍ତ୍ତ ମାନିବା ପରେ ସପ୍ନାଙ୍କ ବିରୋଧରେ ଜାରି ହୋଇଥିବା ୱାରେଣ୍ଟକୁ ରଦ୍ଦ କରାଯାଇଛି । ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୩୦ରେ ହେବ ।

ଉଲ୍ଲେଖଯୋଗ୍ୟ, ୧ ମେ ୨୦୧୯ରେ ସପ୍ନା ଚୌଧୁରୀଙ୍କ ବିରୋଧରେ ଧୋକା ଓ ଠକେଇ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ପୂର୍ବରୁ ଆୟୋଜକ ଜୁନାଦ ଅହମ୍ମଦ, ଇବାଦ ଅଲ୍ଲି, ରନିାକର ଉପାଧ୍ୟାୟ ଏବଂ ଅମିତ ପାଣ୍ଡେଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରାଯାଇଥିଲା । ୨୦୧୮ରେ ଲକ୍ଷ୍ନୌର ସ୍ମୃତି ଉପବନରେ ମଧ୍ୟାହ@ ୩ଟାରୁ ରାତି ୧୦ଟା ଯାଏଁ ସପ୍ନାଙ୍କ ଏକ ପ୍ରୋଗ୍ରାମ ଥିଲା । ଏହି କାର୍ଯ୍ୟକ୍ରମରେ ଏଣ୍ଟ୍ରି ପାଇଁ ପ୍ରତି ବ୍ୟକ୍ତି ପିଛା ୩୦୦ ଟଙ୍କା ଅନଲାଇନ୍‌ ଓ ଅଫଲାଇନ ଟିକେଟ୍‌ ବିକ୍ରି କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ହଜାର ହଜାର ଲୋକ ଟିକେଟ କିଣିଥିଲେ । କିନ୍ତୁ ରାତି ୧୦ଟା ଯାଏଁ ସପ୍ନା ଚୌଧୁରୀ ଦେଖା ଦେଇନଥିଲେ । ସେ ଟଙ୍କା ନେବା ପରେ ମଧ୍ୟ ଶୋ’ କରିବା ପାଇଁ ପହଞ୍ଚି ନଥିଲେ । ସେ କାର୍ଯ୍ୟକ୍ରମକୁ ଆସିନଥିଲେ କି ଫୋନ୍‌ କଲ୍‌ ମଧ୍ୟ ଉଠାଇ ନଥିଲେ ।

ଏହାପରେ ତାଙ୍କ ଫ୍ୟାନମାନେ ପ୍ରବଳ ହଙ୍ଗାମା ଆରମ୍ଭ କରିଥିଲେ । ଅନ୍ୟପଟେ କାର୍ଯ୍ୟକ୍ରମ ଆୟୋଜକ ମଧ୍ୟ ଟିକେଟ୍‌ ଧାରକଙ୍କ ଟଙ୍କା ଫେରାଇବାକୁ ମନା କରି ଦେଇଥିଲେ । ଏହାପରେ ଉତ୍ତରପ୍ରଦେଶର ଆଶିୟାନା ଥାନାରେ ସପ୍ନାଙ୍କ ସହ ଅନ୍ୟ କିଛି ଜଣଙ୍କ ନାଁରେ ଧୋକା ଏବଂ ଠକେଇର ଅଭିଯୋଗ ହୋଇଥିଲେ । ଏହା ପରେ ସମସ୍ତଙ୍କ ନାଁରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଥିଲା ।