ଫଲସ୍ ବିଲ୍ କରି ମାରିନେଲେ ଦେଢ କୋଟି ଟଙ୍କା, ଭିଜିଲାନ୍ସ ତଦନ୍ତ ଆରମ୍ଭ

ବାଲିଆପାଳ : ( ଉମାକାନ୍ତ ନାୟକ ) ଫଲସ୍ ବିଲ୍ କରି ଏକ କୋଟି 50 ଲକ୍ଷ ଟଙ୍କା ଉଠାଇଥିବା ଅଭିଯୋଗରେ ବାଲିଆପାଳ ପଂଚାୟତ ଅଫିସରେ ଭିଜିଲାନ୍ସ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ପୂର୍ବତନ ସରପଞ୍ଚ, ପିଇଓ, ଏବଂ କନିଷ୍ଠ ଯନ୍ତ୍ରୀ ଦେଢ଼ କୋଟିରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରିଥିବା ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ବାଲେଶ୍ୱର ଭିଜିଲାନ୍ସ ର ଚାରିଜଣିଆ ଟିମ୍ ବାଲିଆପାଳ ପଂଚାୟତରେ ପହଞ୍ଚି ଯାଞ୍ଚ କରିଛନ୍ତି ।