କାର୍ ରୁ ଜବତ ହେଲା ଏକ କୁଇଣ୍ଟାଲ୍ ରୁପା ଇଟା ସହ ୧୨ ଲକ୍ଷ ଟଙ୍କା, ଦୁଇ ଅଟକ

କଟକ : (ସଂକେତ୍ ଟିଭି): କାରରେ ଆସିକାରୁ ଖଡଗପୁରକୁ ରୁପା ଇଟା ଚାଲାଣ ବେଳେ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଦ୍ୱାରା କଟକ ମଙ୍ଗୁଳି ଟୋଲ ଗେଟ ନିକଟରେ କାର ଉପରେ ଚଢାଉ କରିଥିଲା । କାର୍ ରୁ ଶହେ କେଜି ରୁପା ଇଟା, ଚାନ୍ଦି ଅଳଙ୍କାର ସହ ୧୨ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହି ମାମଲାରେ ଦୁଇ ଜଣଙ୍କୁ ଅଟକଙ୍କୁ ରଖାଯାଇଛି। ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚାର କରୁଛି ଜିଏସଟି ଏବଂ ଅବକାରୀ ବିଭାଗ।

ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ପକ୍ଷରୁ ଟାଙ୍ଗି ଟୋଲ ଗେଟରେ ଏକ କାର ଉପରେ ଚଢ଼ାଉ କରାଯାଇଥିଲା। ସେହି କାରରେ ଗଞ୍ଜେଇ ଚାଲାଣ କରାଯାଉଥିବାର ଖବର ଥିଲା। ‌ହେଲେ ଚଢ଼ାଉ ବେଳେ କାରର ସିକ୍ରେଟ୍ ଚାମ୍ବ‌ରରେ ଶହେ କେଜି ରୁପା ଇଟା ସହ ୧୨ ଲକ୍ଷ ଟଙ୍କା ମିଳିଥିଲା । ପଶ୍ଚିମବଙ୍ଗ ନମ୍ବର ଥିବା କାରରେ ଏସବୁ ସାମଗ୍ରୀ ଆସ୍କାରୁ ଖଡ଼ଗପୁର ଚାଲାଣ ହେଉଥିବା ଜଣାପଡିଛି । ଏତେ ପରିମାଣର ଟଙ୍କା, ରୁପା ଇଟା ଓ ଚାନ୍ଦି ଅଳଙ୍କାର କାହାର ଓ ସେ ଜିଏସଟି ଫାଙ୍କିଛନ୍ତି କି ତାହା ଉପରେ ତଦନ୍ତ ଚାଲିଛି।