ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ହେଲେ ହକି ଇଣ୍ଡିଆର ସଭାପତି

oଭୁବନେଶ୍ବର : (ସଂକେତ୍ ଟିଭି): ହକି ଇଣ୍ଡିଆ ସଭାପତି ହେଲେ ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ । ବିନା ପ୍ରତିଦ୍ବନ୍ଦ୍ବିତାରେ ଦିଲୀପ ତିର୍କୀ ପ୍ରଥମ ଓଡିଆ ଭାବରେ ଭାରତୀୟ ହକିର ସଭାପତି ହୋଇଛନ୍ତି। ଏହି ପଦବି ପାଇଁ ମୋଟ ୩ ଜଣ ବ୍ୟକ୍ତି ନାମାଙ୍କନ ଦାଖଲ କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ୨ ଜଣ ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ।