EntertainmentFeaturedLatest

ଅଭିନେତା ବାବୁସାନ୍ ମହାନ୍ତି ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ବର : (ସଂକେତ୍ ଟିଭି) ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ବାବୁସାନ୍ ମହାନ୍ତି ଅସୁସ୍ଥ ହୋଇ ପଡ଼ିଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି। ଅକ୍ସିଜେନ କମିଯିବାରୁ ବାବୁଶାନ ଅସୁସ୍ଥ ହୋଇ ପଡ଼ିଥିବା ଜଣାଯାଇଛି।

ବୁଧବାର ସନ୍ଧ୍ୟାରେ ସେ ଡାକ୍ତରଖାନା ବେଡ୍‌ରେ ଶୋଇଥିବାର ଏକ ଫଟୋ ପୋଷ୍ଟ କରିଛନ୍ତି ‘ଦମନ’ର ନିର୍ଦ୍ଦେଶକ ବିଶାଳ ମୌର୍ଯ୍ୟ । ସେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନା ଅନୁଯାୟୀ, ଗତ କିଛି ଦିନ ପୂର୍ବରୁ ବାବୁସାନ ‘ରାଇଡିଂ ଫର୍‌ ଦମନ୍‌’ ପାଇଁ ଲଦାଖ ଯାଇଥିଲେ । ସେଠାରେ ବାଇକ୍‌ ଚଳାଇବା ପରେ ତାଙ୍କର ଅକ୍ସିଜେନ୍‌ ଲେବଲ୍‌ କମିଥିଲା । ଲଦାଖରେ ପ୍ରାଥମିକ ଚିକିତ୍ସା ପରେ ସେ ଭୁବନେଶ୍ୱର ଫେରିଥିଲେ। ମାତ୍ର ଏଠାରେ ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗତ ୫ଦିନ ହେବ ସେ ଚିକିତ୍ସାଧୀନ ଅଛନ୍ତି । ପତ୍ନୀ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ବର୍ତ୍ତମାନ ସେ ସୁସ୍ଥ ଥିବାବେଳେ ଆଉ ୨ ତିନି ମଧ୍ୟରେ ଘରକୁ ଫେରିବେ । ସୋସିଆଲ୍‌ ମିଡିଆ ଏବଂ ଅନ୍ୟ ମାଧ୍ୟମରେ ତାଙ୍କ ଅସୁସ୍ଥ ହେବାର ଖବର ପ୍ରସାରିତ ହେବା ପରେ ତାଙ୍କ ପ୍ରଶଂସକ ଆଶୁ ଆରୋଗ୍ୟ କାମନା କରିଛନ୍ତି ।