ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ବେଳେ ୩ କଣ୍ଟେନର ଜବତ

ବାଲିଆପାଳ : (ଉମାକାନ୍ତ ନାୟକ) ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ବେଳେ ଜଳେଶ୍ୱର ପୋଲିସ ୩ କଣ୍ଟେନରକୁ ଜବତ କରିଛି। ଜବତ ୩ଟି କଣ୍ଟେନରରୁ ୩୦୦ରୁ ଅଧିକ ଗୋରୁମାନଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ୧୬ ନମ୍ୱର ଜାତୀୟ ରାଜପଥ ଦେଇ ୧୫ରୁ ଅଧିକ କଣ୍ଟେନରରେ ଗୋରୁ ଚୋରା ଚାଲାଣ ହେବା ବେଳେ ପଶ୍ଚିମବଙ୍ଗ ସୀମାରେ ଥିବା ପୋଲିସ ସେଗୁଡିକୁ ଓଡିଶାକୁ ଫେରାଇ ଦେଇଛି। ଓଡ଼ିଶାକୁ ଫେରିବା ବେଳେ ଖବର ପାଇ ଜଳେଶ୍ୱର ପୋଲିସ ପକ୍ଷରୁ ଲକ୍ଷ୍ମଣନାଥ ଟୋଲପ୍ଲାଜାର ପାଖରେ ଚଢ଼ାଉ କରି ୩ଟି ଗୋରୁ ବୋଝେଇ କେଣ୍ଟନରକୁ ଜବତ କରାଯାଇଥିବା । ଅନ୍ୟ କଣ୍ଟେନରଗୁଡ଼ିକ ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ଜବତ ୩ଟି କେଣ୍ଟନରୁ ୩୦୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇ ଗୋଶାଳାରେ ଛଡ଼ା ଯାଇଛି। ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରୀ ରଖିଛି।