ସବୁଠି ଅଶାନ୍ତିର ମଞ୍ଜି ବୁଣିଥିଲା ପିଏଫ୍‌ଆଇ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ପିଏଫ୍‌ଆଇ ବିଷୟରେ ଏକ ବଡ଼ ଖୁଲାସା ହୋଇଛି । ଖବରନୁଯାୟୀ ପିଏଫ୍‌ଆଇର ସଦସ୍ୟମାନେ ଅନ୍ୟ ରାଜ୍ୟରୁ ଆସୁଥିଲେ ଏବଂ ମଧ୍ୟପ୍ରଦେଶରେ ବହୁ ସଂଖ୍ୟକ ଲୋକଙ୍କୁ ତାଙ୍କ ସଂଗଠନରେ ସାମିଲ କରିବା ପାଇଁ କାର୍ଯ୍ୟ କରୁଥିଲେ । ରାଜ୍ୟରେ କାର୍ଯ୍ୟ କରୁଥିବା ପିଏଫ୍‌ଆଇର ସଦସ୍ୟମାନେ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇ ରାଷ୍ଟ୍ରବିରୋଧୀ କାର୍ଯ୍ୟକଳାପ ପାଇଁ ପ୍ରୋତ୍ସାହିତ କରୁଥିଲେ । ପିଏଫ୍‌ଆଇର ସଦସ୍ୟମାନେ ସାରା ରାଜ୍ୟରେ ବୈଠକ କରି ଆପତ୍ତିଜନକ ତଥା ରାଷ୍ଟ୍ରବିରୋଧୀ କାର୍ଯ୍ୟକଳାପ ପାଇଁ ଲୋକଙ୍କୁ ପ୍ରସ୍ତୁତ କରୁଥିଲେ ।

ଏନଆଇଏ ଏବଂ ମଧ୍ୟପ୍ରଦେଶ ଏଟିଏସ୍ ଇନ୍ଦୋର ଏବଂ ଉଜୈନ୍‌ରୁ ପିଏଫ୍‌ଆଇର ୪ ଜଣ ସଦସ୍ୟଙ୍କୁ ଗିରଫ କରିଥିଲେ । ପିଏଫ୍‌ଆଇ ୧୨୧ଏ, ୧୫୩ଏ, ୧୨୦ବି, ଧାରା ୧୩ (୧ବି), ୧୮ ୟୁଏପିଏ ଅଧିନିୟମ ଅନୁଯାୟୀ ଭୋପାଳ ଏଟିଏସ ପୋଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜିକୃତ ହୋଇଥିଲା । ଅଭିଯୁକ୍ତଙ୍କ ନିକଟରୁ ବହୁ ସଂଖ୍ୟକ ଇଲେକ୍ଟ୍ରୋନିକ୍ ଉପକରଣ, ଜାତୀୟ ବିରୋଧୀ ଡକ୍ୟୁମେଣ୍ଟ୍ ଏବଂ ଡିଜିଟାଲ୍ ଡକ୍ୟୁମେଣ୍ଟ୍ ଉଦ୍ଧାର କରାଯାଇଥିଲା ।

ସୂଚନାନୁସାରେ, ଲୋକଙ୍କୁ ଉସୁକାଇ ଭାରତରେ ଇସଲାମିକ ଶାରିଆ ଆଇନ ପ୍ରତିଷ୍ଠା କରିବା ଅଭିଯୁକ୍ତଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଇନ୍ଦୋର ଏବଂ ଉଜୈନରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଅପରାଧ ପଞ୍ଜୀକୃତ ହୋଇଛି । ଉଲ୍ଲେଖନୀୟ ବିଷୟ ହେଉଛି, ଦେଶର ସର୍ବବୃହତ ଆତଙ୍କବାଦୀ ନିରୋଧୀ ଏଜେନ୍ସି ଏନଆଇଏ ୨୨ ସେପ୍ଟେଟମ୍ବର ମଧ୍ୟରାତ୍ର ପର୍ଯ୍ୟନ୍ତ ସବୁଠୁ ବଡ ସର୍ଚ୍ଚ ଅପରେସନ କରିଥିଲା । ଏଜେନ୍ସିର ଟାର୍ଗେଟ୍ ଥିଲ।।

ପପୁଲାର୍ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ଅର୍ଥାତ୍ ପିଏଫ୍‌ଆଇ । ଏହି ଅପରେସନ୍ ଦେଶର ସମସ୍ତ ରାଜ୍ୟରେ କରାଯାଇଥିଲା । ଏହି ଆତଙ୍କବାଦ ବିରୋଧୀ ସର୍ଚ୍ଚ ଅପରେସନରେ ଏନଆଇଏ ବିପୁଳ ନଗଦ ଟଙ୍କା, ଡିଜିଟାଲ ଉପକରଣ, ଆପତ୍ତିଜନକ ଡକ୍ୟୁମେଣ୍ଟ ଏବଂ ତୀକ୍ଷ୍ଣ ମାରଣାସ୍ତ୍ର ଉଦ୍ଧାର କରିଛି । ଏହା ସହିତ ୧୦୬ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଛି, ଯେଉଁଥିରେ ଅନେକ ନେତା ଏବଂ ପିଏଫ୍‌ଆଇ ସଦସ୍ୟ ସାମିଲ ରହିଛନ୍ତି । ଯେଉଁଠାରେ ଦେଶର ଶାନ୍ତି ବିର୍ଯ୍ୟସ୍ତ ହୋଇପଡିଛି ପିଏଫ୍‌ଆଇର ନାମ ସବୁଆଡେ ଆସିଛି । ଏହି କାରଣରୁ ଗୃହ ମନ୍ତ୍ରଣାଳୟ ମଧ୍ୟ ଏହି ସମଗ୍ର ସର୍ଚ୍ଚ ଅପରେସନ୍ ଉପରେ ତୀକ୍ଷ୍ମ ନଜର ରଖିଛି ।