ଯୋଗରାଜଙ୍କ ଶରଣରେ ସଚିନଙ୍କ ପୁଅ ଅର୍ଜୁନ

ଚଣ୍ଡୀଗଡ : (ସଂକେତ୍ ଟିଭି) ଟିମ୍‌ ଇଣ୍ଡିଆର ଲିଜେଣ୍ଡ ସଚିନ ତେନ୍ଦୁଲକର ସନ୍ୟାସ ନେବାର ୯ ବର୍ଷ ପରେ ମଧ୍ୟ କ୍ରିକେଟ ମୈଦାନରେ ଧମାଲ କରିଛନ୍ତି । ଇଣ୍ଟରନ୍ୟାସନାଲ କ୍ରିକେଟରେ ୧୦୦ ଶତକର ପାହାଡ ଭଳି ରେକର୍ଡ କରିଥିବା ସଚିନ ଏବେ ରୋଡ୍‌ ସେଫ୍‌ଟି ୱାର୍ଲ୍ଡ ସିରିଜ୍ ଖେଳୁଛନ୍ତି । ସେଭଳି ଅନ୍ୟପକ୍ଷେ ତାଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ନିଜର କ୍ୟାରିୟର ତିଆରି କରିବାର ଚେଷ୍ଟା କରୁଛନ୍ତି ।

୨୪ ସେପ୍ଟେମ୍ବରରେ ୨୩ ବର୍ଷ ହେବାକୁ ଯାଉଥିବା ଅର୍ଜୁନ । ଏପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳି ପାରିନାହାନ୍ତି ତାଙ୍କୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌(ଆଇପିଏଲ) ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରେ ନିଜର ସ୍କ୍ୱାର୍ଡରେ ରଖିଛନ୍ତି କିନ୍ତୁ ଅର୍ଜୁନଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିପାରିନି ଟିମ୍ ଇଣ୍ଡିଆରେ ଡେବ୍ୟୁ ତ ଏବେ ବହୁତ ଦୂରର କଥା ଲାଗୁଛି । ବାମ ହାତୀ ଦ୍ରୁତ ବୋଲର ଅର୍ଜୁନ ତେନ୍ଦୁଲକର ମଧ୍ୟ ହାର ମାନିବାକୁ ପ୍ରସ୍ତୁତ ନୁହେଁ ସେ ମୁମ୍ବାଇ ପରେ ଗୋଆ ପାଇଁ ଘରୋଇ କ୍ରିକେଟ ଖେଳିବାକୁ ଓହ୍ଲାଇଛନ୍ତି ।

ଏପର୍ଯ୍ୟନ୍ତ ସେ ୨୭ ତମ ଅଖିଳ ଭାରତୀୟ ଜେପି ଅତ୍ରେ ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି, ଯାହାର ଆୟୋଜନ ଚଣ୍ଡୀଗଡରେ ୨୨ ସେପ୍ଟେମ୍ବରରୁ ହେଉଛି ଅତ୍ରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନ ବର୍ଷା କାରଣରୁ କ୍ରିକେଟ ଷ୍ଟାଡିୟମ୍‌-୧୬ ଚଣ୍ଡୀଗଡ ଓ ଟିଡିଏଲ କ୍ରିକେଟ ଷ୍ଟାଡିୟମ୍‌, ପଞ୍ଚକୁଲାରେ ମ୍ୟାଚ୍ ରଦ୍ଦ କରି ଦିଆଯାଇଛି । ଏହି ଜେପି ଅତ୍ରେ ଟୁର୍ଣ୍ଣାମେଣ୍ଟରେ ଅର୍ଜୁନ ଗୋଆ ପକ୍ଷରୁ ଖେଳିବେ ।

ଉଲ୍ଲେଖନୀୟ ଯେ, ଏହି ଟୁର୍ଣ୍ଣାମେଣ୍ଟରେ ୧୦୦ ରୁ ଅଧିକ ଏଭଳି ଖେଳାଳି ଖେଳି ସାରିଛନ୍ତି, ଯିଏକି ପରେ ଭାରତୀୟ ଟିମ୍‌ର ପ୍ରତିନିଧିତ୍ୱ କରିଛନ୍ତି ଏଭଳି ସ୍ଥିତିରେ ଅର୍ଜୁନ ତେନ୍ଦୁଲକରଙ୍କୁ ମଧ୍ୟ ଟିମ୍‌ ଇଣ୍ଡିଆରେ ଡେବ୍ୟୁ ମିଳିବାର ଆଶା କରାଯାଉଛି । ସିକ୍ସର କିଙ୍ଗ ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହ ନିଜର ଇନଷ୍ଟାଗ୍ରାମ୍ ପେଜ୍‌ରେ ଅର୍ଜୁନଙ୍କ ସହିତ ବହୁ ଭିଡିଓ ଓ ଫଟୋ ସେୟାର କରିଛନ୍ତି ଯୋଗରାଜଙ୍କ କୋଚିଂରେ ଅର୍ଜୁନ ଏବେ ବୋଲିଂ ସହିତ ବ୍ୟାଟିଂ ମଧ୍ୟ ଶିଖୁଛନ୍ତି ସେଭଳି ଯୁବରାଜଙ୍କ ଭଳି ସିକ୍ସର କିଙ୍ଗ ହେବାର ପ୍ରସ୍ତୁତି କରୁଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ଫଟୋରେ ଦେଖିପାରିବେ ଯେ, ଅର୍ଜୁନ କିଭଳି ଭାବରେ କଠିନ ପରିଶ୍ରମ କରି ଟ୍ରେନିଂ ନେଉଛନ୍ତି ଏବେ ସେ ଡିଏଭି କଲେଜ ଚଣ୍ଡୀଗଡ ସ୍ଥିତ କ୍ରିକେଟ ଏକାଡେମୀରେ କୋଚିଂ ନେଉଛନ୍ତି । ଯୋଗରାଜ ହିଁ ପିଲାବେଳୁ ଯୁବରାଜଙ୍କୁ ତିଆରି କରିଥିଲେ । ୬୪ ବର୍ଷୀୟ ଯୋଗରାଜ ୧୯୮୦-୮୧ ରେ ଭାରତ ଟିମ୍ ପାଇଁ ୬ଟି ଦିନିକିଆ ଓ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ସେ ମଧ୍ୟ ମିଡିୟମ ପେସ୍ ବୋଲର ଥିଲେ ।