ରାଜସ୍ଥାନ ପରିସ୍ଥିତିରେ ଖପ୍ପା ସୋନିଆ, ଗେହେଲଟଙ୍କ ପ୍ରାର୍ଥୀତ୍ବର ହେବ ପୁନଃ ବିଚାର

ନୂଆଦିଲ୍ଲୀ : (ସଂକେତ୍ ଟିଭି) ସୋନିଆ ଗାନ୍ଧୀ ଅଶୋକ ଗେହେଲଟ ଗୋଷ୍ଠୀଙ୍କ ଆଚରଣରେ ଖପ୍ପା ଥିବା ଆଲୋଚନା ହେଉଛି । ଖୁବଶୀଘ୍ର ନୂଆ ମୁଖ୍ୟମନ୍ତ୍ରୀ ଓ ଦଳ ଅଧ୍ୟକ୍ଷ ନିର୍ବାଚନକୁ ନେଇ ସେ ସମୀକ୍ଷା କରିବା ସହ ସୋନିଆ ନିଷ୍ପତ୍ତି ନେବେ ବୋଲି ସୂତ୍ରରୁ ଜଣା ପଡ଼ିଛି ।

ଗେହେଲଟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିବା ପୂର୍ବରୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାକୁ ନେଇ ରବିବାର ବିଧାୟକ ଦଳ ବୈଠକ ଡକାଯାଇଥିଲା । କିନ୍ତୁ ସଚିନ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପ୍ରସ୍ତାବକୁ ନେଇ ରାଜି ନଥିଲେ ଗେହେଲଟ ଗୋଷ୍ଠୀ ବିଧାୟକ । ବିଧାୟକମାନେ ବୈଠକ ବର୍ଜନ କରିବା ସହ ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ଦେବାକୁ ବାହାରି ପଡ଼ିଥିଲେ । ସୋମବାର ସେମାନଙ୍କ ମଧ୍ୟରୁ ୭୬ ବିଧାୟକ ଇସ୍ତଫା ପ୍ରଦାନ କରିଛନ୍ତି ।

ତେବେ ଗେହେଲଟ ଗୋଷ୍ଠୀଙ୍କ ଆଚରଣରେ ସୋନିଆ ଗାନ୍ଧୀ ଖୁସି ନାହାନ୍ତି । ଏଣୁ ଅନ୍ତରୀଣ ଅଧ୍ୟକ୍ଷା କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଗେହେଲଟଙ୍କ ପ୍ରାର୍ଥୀତ୍ବ ଉପରେ ପୁନଃ ବିଚାର କରି ପାରନ୍ତି ବୋଲି ଆଲୋଚନା ହେଉଛି ।ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାକନ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସମନ କରିଛନ୍ତି ସୋନିଆ ଗାନ୍ଧୀ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ କିଏ ହେବା ଦରକାର ତାହାକୁ ନେଇ ବିଧାୟକଙ୍କ ସହ ଆଲୋଚନା କରିବାକୁ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ କଂଗ୍ରେସ ସାଧାରଣ ସଚିବ କେସି ଭେନୁ ଗୋପାଲଙ୍କୁ ମଧ୍ୟ ଆଲୋଚନାରେ ଭାଗ ନେବାକୁ ରାଜସ୍ଥାନ ପଠାଯାଇଛି ।

ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାକନ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସମନ କରିଛନ୍ତି ସୋନିଆ ଗାନ୍ଧୀ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ କିଏ ହେବା ଦରକାର ତାହାକୁ ନେଇ ବିଧାୟକଙ୍କ ସହ ଆଲୋଚନା କରିବାକୁ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ କଂଗ୍ରେସ ସାଧାରଣ ସଚିବ କେସି ଭେନୁ ଗୋପାଲଙ୍କୁ ମଧ୍ୟ ଆଲୋଚନାରେ ଭାଗ ନେବାକୁ ରାଜସ୍ଥାନ ପଠାଯାଇଛି ।