ଡେମୋକ୍ରାଟିକ ଆଜାଦ୍ ପାର୍ଟି ନାଁରେ ନୂଆ ଦଳ ଘୋଷଣା କଲେ ଗୁଲାମ ନବୀ

ନୂଆଦିଲ୍ଲୀ : (ସଂକେତ୍ ଟିଭି): ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଆଜି ନୂଆ ଦଳ ଘୋଷଣା କରିଛନ୍ତି । ତାଙ୍କ ଦଳର ନା ‘ଡେମୋକ୍ରାଟିକ ଆଜାଦ୍ ପାର୍ଟି’ରହିଛି । ସୋମବାର ସେ ଦଳର ନାଁ ଘୋଷଣା କରିବା ସହିତ ଦଳୀୟ ପତାକା ଉନ୍ନୋଚନ କରିଛନ୍ତି।

ଗୁଲାମ ନବୀ ଆଜାଦ ମାସକ ତଳେ କଂଗ୍ରେସରୁ ଇସ୍ତଫା ଦେଇ ଜାମ୍ମୁ-କାଶ୍ମୀର ନୂଆ ରାଜନୈତିକ ଦଳ ଗଠନ କରିବେ ବୋଲି କହିଥିଲେ । ମାସକ ପରେ ସୋମବାର ସେ ଦଳର ନାଁ ଘୋଷଣା କରିବା ସହ ଦଳୀୟ ପତାକା ଉନ୍ମୋଚନ କରିଛନ୍ତି।