୪୦ଟି ହାଇସ୍କୁଲରେ ଖୋଲିବ ଯୁକ୍ତ ଦୁଇ ଶ୍ରେଣୀ

ଭୁବନେଶ୍ବର : (ସଂକେତ୍ ଟିଭି) ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ଉଚ୍ଚ ବିଦ୍ୟାଳୟ ରେ ଯୁକ୍ତଦୁଇ ଶ୍ରେଣୀ ଖୋଲିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏ ନେଇ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ସ୍ୱତନ୍ତ୍ର ଶିକ୍ଷକ ଏକାଦଶ ଶ୍ରେଣୀ ପାଇଁ ନିଯୁକ୍ତ ହେବେ।

ଏକାଦଶ ଶ୍ରେଣୀରୁ ପାଠପଢା ଆରମ୍ଭ ହେବ । ଏଥିପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହେବେ । ଯେଉଁସ୍ଥାନରେ କଲେଜ ସୁବିଧା ନାହିଁ, ପିଲାମାନଙ୍କୁ ଯିବା ପାଇଁ ବାଟ ଦୂର ପଡୁଛି ସେହିଭଳି ଅଞ୍ଚଳରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବ । ପ୍ରଥମେ ୪୦ଟି ସ୍କୁଲରେ ଯୁକ୍ତ ଦୁଇ ଖୋଲିବ ଏବ ପର୍ଯ୍ୟାୟକ୍ରମେ ୧୦୦ଟି ସ୍କୁଲରେ ଖୋଲିବା ପାଇଁ ବ୍ୟବସ୍ଥା ହେବ ।