କେହି ଟକ୍କର ଦେଇପାରିବେ ନାହିଁ, ମୋ ସହ ଗାନ୍ଧୀ ପରିବାରର ସମର୍ଥନ : ଶଶି ଥରୁର

ନୂଆଦିଲ୍ଲୀ : (ସଂକେତ୍ ଟିଭି): କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ସାଂସଦ ଶଶି ଥରୁରଙ୍କ ପ୍ରାର୍ଥୀତ୍ୱ ମଜଭୁତ ଅଛି ବୋଲି ସେ ନିଜେ ଦାବି କରିଛନ୍ତି । ସେ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ତାଙ୍କୁ ଗାନ୍ଧୀ ପରିବାର ସମର୍ଥନ ରହିଛି । ଏହା ସହିତ କେରଳ ସହ ଦେଶର ଅନ୍ୟ ସ୍ଥାନରେ କଂଗ୍ରେସ ପାର୍ଟିର ଅଧିକାଂଶ କର୍ମୀ ତାଙ୍କୁ ସମର୍ଥନ କରୁଛନ୍ତି । ତାଙ୍କ ବିରୋଧରେ ଥିବା ଲୋକେ ମଜଭୁତ ନାହାନ୍ତି, ଅଧ୍ୟକ୍ଷ ପଦ ନିର୍ବାଚନରେ ତାଙ୍କୁ ଟକ୍କର ହେବାକୁ କେହି ନାହାନ୍ତି ।

ତିରୁଅନନ୍ତପୁରମରୁ କଂଗ୍ରେସ ସାଂସଦ ଶଶି ଥରୁର ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଏଆଇସିସି ଅଧ୍ୟକ୍ଷ ପାଇଁ ଲଢେଇ ହୋଇପାରେ । ଥରୁର କହିଛନ୍ତି, ‘ଯେତେବେଳେ ମୁଁ ନାମାଙ୍କନ ଦାଖଲ କରିବାକୁ ଯିବି ସେତେବେଳେ ମୋତେ ମିଳୁଥିବା ସମର୍ଥନକୁ ଆପଣ ଦେଖିପାରିବେ। ଯଦି ଅଧିକାଂଶ ରାଜ୍ୟରେ ପାର୍ଟିର କର୍ମୀଙ୍କ ସମର୍ଥନ ମିଳେ, ତେବେ ମୁଁ ନିର୍ବାଚନୀ ମୈଦାନରେ ରହିବି’। ଥରୁର କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରୁ ଲୋକେ ମୋତେ ନିର୍ବାଚନ ଲଢିବା ପାଇଁ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତ ସୋମବାର ଶଶି ଥରୁର ସୋନିଆ ଗାନ୍ଧୀଙ୍କ ସହ ବୈଠକ କରିଥିଲେ ଏବଂ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ସୂତ୍ର ଅନୁସାରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ନିର୍ବାଚନରେ ନିରପେକ୍ଷ ରହିବେ ବୋଲି କହିଥିଲେ। କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଅକ୍ଟୋବର ୧୯ରେ ଭୋଟ ହେବ। ୯ ହଜାରରୁ ଅଧିକ ପ୍ରଦେଶର କଂଗ୍ରେସ କମିଟିର ପ୍ରତିନିଧି ଏଥିପାଇଁ ଭୋଟ କରିବେ।