ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରୁ ଗ୍ୟାସ୍‌ ନିର୍ଗତ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲେ ବାଲେଶ୍ବର ସାଂସଦ

ବାଲେଶ୍ବର : (ସଂକେତ୍ ଟିଭି) ବାଲେଶ୍ୱର ଜିଲ୍ଲା ବାହାନାଗା ବ୍ଲକ ଖନ୍ତାପଡ଼ା ପଞ୍ଚାୟତର ଗଡ଼ଭଙ୍ଗ ଠାରେ ଅବସ୍ଥିତ ହାଇଲାଣ୍ଡ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ୍‌ ଲିକ୍‌ ହେବା କାରଣରୁ ୨୮ରୁ ଊର୍ଦ୍ଧ୍ବ ଶ୍ରମିକ ଅସୁସ୍ଥ ହୋଇଛନ୍ତି। ଏହି ଘଟଣାର ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ।

ଗତକାଲି ସନ୍ଧ୍ୟାରେ ହାଇଲାଣ୍ଡ ଚିଙ୍ଗୁଡ଼ି ପ୍ରସେସିଂ ପ୍ଲାଣ୍ଟରୁ କୌଣସି କାରଣରୁ ଗ୍ୟାସ ଲିକ ହୋଇଥିଲା । ଫଳରେ ସେଠାରେ କାମ କରୁଥିବା ଶ୍ରମିକମାନେ ବିଷାକ୍ତ ଗ୍ୟାସ ପ୍ରଭାବ ପାଇଁ ୨୮ରୁ ଅଧିକ କର୍ମଚାରୀ ଅସୁସ୍ଥ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ଯରୁ ସାତ ଜଣ ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ଯ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗା ଗତକାଲି ରାତିରେ ବାଲେଶ୍ବର ଡାକ୍ତରଖାନାକୁ ଯାଇ ଗୁରୁତରଙ୍କ ସ୍ବାସ୍ଥ୍ଯାବସ୍ଥା ପଚାରି ବୁଝିଥିଲେ ।

ସେ କହିଛନ୍ତି ଯେ ହାଇଲାଣ୍ଡ ଚିଙ୍ଗୁଡି ପ୍ରସେସିଂ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହୀନତା ଓ ଅବହେଳା ଯୋଗୁ ଆମୋନିଆଁ ଗ୍ୟାସ ଲିକ୍ ହୋଇଥିଲା । ତୁରନ୍ତ ଏହି ଘଟଣାର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏହା ସହିତ ବାଲେଶ୍ବରରେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ନିର୍ଦେଶ ଦେଇଛନ୍ତି ।