ଲାଞ୍ଚରେ ମିଳିଥିବା ୫ ଲକ୍ଷ ଟଙ୍କା ଭିଣୋଇଙ୍କୁ ଦେବା ବେଳେ ଧରାପଡିଲେ ଅଧିକ୍ଷଣ ଯନ୍ତ୍ରୀ

ଭଦ୍ରକ : (ସଂକେତ୍ ଟିଭି) ଭଦ୍ରକ ଜିଲ୍ଲା ସାଳନ୍ଦୀ ଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀ ନିଜ ଭିଣୋଇଙ୍କୁ ସରକାରୀ ବାସଭବନକୁ ଡାକି ଲାଞ୍ଚରୁ ମିଳିଥିବା ୫ ଲକ୍ଷ ଟଙ୍କା ଦେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ଖବର ଅନୁଯାୟୀ, ଭଦ୍ରକ ସହରର ପୋଷ୍ଟ ଅଫିସ ଛକ ନିକଟ ସରକାରୀ ବାସଭବନରେ ଶ୍ରୀମନ୍ତ ଗୋଟିଏ ଠିକା ସଂସ୍ଥାଠାରୁ ୫ ଲକ୍ଷ ଟଙ୍କା ଆଣି ବାଲେଶ୍ୱର ଜିଲ୍ଲା ବାହାନଗାରେ ରହୁଥିବା ଭିଣୋଇଙ୍କୁ ଡାକି ଦେଉଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡିଛି ।

ବର୍ତ୍ତମାନ ଶ୍ରୀମନ୍ତଙ୍କ ବାଲେଶ୍ୱରରେ ଥିବା ଘର, ବାଲେଶ୍ୱରର ଖଇରାରେ ଥିବା ପୈତୃକ ଘର, ବାଲେଶ୍ୱରର ଗୋବିନ୍ଦପୁରରେ ଥିବା ଭିଣୋଇ ଘର, ଭଦ୍ରକରେ ଥିବା କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ ଜାରି ରହିଛି |