ଟି-୨୦ ବିଶ୍ଵ କପ୍‌ରୁ ବାଦ ପଡ଼ିଲେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଫାଷ୍ଟ ବୋଲର ଜଶପ୍ରୀତ ବୁମରା

ନୂଆଦିଲ୍ଲୀ: : (ସଂକେତ୍ ଟିଭି) ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ଵ କପ୍‌ରୁ ବାଦ ପଡ଼ିଲେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଫାଷ୍ଟ ବୋଲର ଜଶପ୍ରୀତ ବୁମରା । ଆହତ କାରଣରୁ ଟି-୨୦ ବିଶ୍ଵ କପ୍‌ରୁ ବାଦ୍ ପଡିଛନ୍ତି। ତାଙ୍କୁ ଅତିକମ୍‌ରେ ୬ ମାସର ବିଶ୍ରାମ ଦିଆଯାଇଥିବା ମିଡିଆ ରିପୋର୍ଟ ପ୍ରକାଶ ପାଇଛି ।

ଆହତଜନିତ ସମସ୍ୟାରୁ ମୁକୁଳିବା ପରେ ଯଶପ୍ରୀତ ବୁମରା ଅଷ୍ଟ୍ରେଲିଆ ସିରିଜ୍‌ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସଂପୂର୍ଣ୍ଣ ଫିଟ୍ ହୋଇନଥିବାରୁ ପ୍ରଥମ ମ୍ୟାଚ୍ ଖେଳି ପାରିନଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଦୁଇଟି ମ୍ୟାଚ୍ ଖେଳିଥିଲେ ହେଁ ଦକ୍ଷିଣ ଆଫ୍ରିକ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳିନଥିଲେ। ଆଉ ଏବେ ଦକ୍ଷିଣ ଆଫ୍ରିକା ସିରିଜ୍ ସହ ସେ ଟି-୨୦ ବିଶ୍ଵ କପ୍‌ରୁ ବାଦ୍ ପଡିଛନ୍ତି ।

ଜଣେ ବିସିସିଆଇର ଅଧିକାରୀ ଏହାକୁ ନେଇ କହିଛନ୍ତି, “ବୁମ୍‌ରା ଟି-୨୦ ବିଶ୍ବକପ୍‌ ଖେଳି ପାରିବେ ନାହିଁ । ପିଠିରେ ଗଭୀର ଯନ୍ତ୍ରଣା ଥିବାରୁ ତାଙ୍କୁ ତାଙ୍କୁ ଅତିକମ୍‌ରେ ୬ ମାସର ବିଶ୍ରାମ ଆବଶ୍ୟକ ।”ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳିଥିଲେ ଜଶପ୍ରୀତ ବୁମରା । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସରିଜ୍‌ ଖେଳିବାକୁ ସେ କେରଳ ଗସ୍ତ କରିନଥିଲେ । ପୂର୍ବରୁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆହାତ ହୋଇ ଟି-୨୦ ବିଶ୍ବକପ୍‌ରୁ ବାଦ ପଡ଼ିଥିଲେ । ବର୍ତ୍ତମାନ ସର୍ଜରୀ ପରେ ରବିନ୍ଦ୍ର ଧୀରେଧୀରେ ସୁସ୍ଥ ହେଉଛନ୍ତି । ଏବେ ଜଶପ୍ରୀତ ବୁମରା ବାଦ୍‌ ପଡ଼ିବା ପରେ ଭାରତୀୟ ଦଳ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ । ତେବେ ଟି-୨୦ ବିଶ୍ଵ କପ୍‌ ଦଳରେ ଷ୍ଟାଣ୍ଡବାଇ ଖେଳାଳି ଭାବେ ସାମିଲ୍ ଦଳର ଅନ୍ୟ ଏକ ପ୍ରମୁଖ ବୋଲର ମହମ୍ମଦ ଶାମିଙ୍କୁ ଦଳରେ ସ୍ଥାନ ମିଳିପାରେ। ଅନ୍ୟପକ୍ଷେ ମହମ୍ମଦ ସିରାଜଙ୍କୁ ଷ୍ଟାଣ୍ଡବାଇ ଖେଳାଳି ତାଲିକାରେ ରଖାଯାଇପାରେ।