ଆଇଆର୍‌ସିଟିସି ଆଣିଲା ଟ୍ରେନ ଯାତ୍ରୀଙ୍କ ପାଇଁ ନୂଆ ସେବା

ନୂଆଦିଲ୍ଲୀ : (ସଂକେତ୍ ଟିଭି) ନିକଟରେ ଆଇଆରସିଟିସି ଟ୍ରେନ ଯାତ୍ରୀଙ୍କ ପାଇଁ ଏକ ସୁନ୍ଦର ସେବା ଜାରି କରିଛି । ଏହି ସେବା ସାହାଯ୍ୟରେ ଆପଣ ଲାଇଭ ଟ୍ରେନ ଷ୍ଟାଟସ ଓ ପିଏନଆର୍‌ ଷ୍ଟାଟସ ସହଜରେ ଘରେ ବସି ଜାଣି ପାରିବେ । ସବୁଠାରୁ ବଡ଼ କଥା ହେଲା ଏଥିପାଇଁ ଆପଣଙ୍କୁ ରେଳବାଇ ୱେବସାଇଟ ଖୋଲିବାକୁ ଆବଶ୍ୟକ ପଡିବ ନାହିଁ । ଏହି ସେବା ହ୍ୱାଟ୍ସଆପ ଚାଟିଂ ପ୍ଲାଟଫର୍ମରେ ଆରମ୍ଭ ହୋଇ ସାରିଛି । ଆସନ୍ତୁ ଜାଣିବା କିପରି ହ୍ୱାଟ୍ସଆପ ଜରିଆରେ ଲାଇଭ ଟ୍ରେନ ଷ୍ଟାଟସ ଓ ପିଏନଆର ଷ୍ଟାଟସ ଚେକ୍‌ କରି ପାରିବେ ।

ଏହି ସେବା ଅର୍ଥାତ୍‌ ଆଇଆରସିଟିସି ହ୍ୱାଟ୍ସଆପ ଚାର୍ଟବଟ ର ଲାଭ ଉଠାଇବା ପାଇଁ ସର୍ବ ପ୍ରଥମେ ହ୍ୱାଟ୍ସଆପ ଚାର୍ଟ ନମ୍ବର ୯ ୧ – ୯ ୮ ୮ ୧ ୧ ୯ ୩ ୩ ୨ ୨ ନମ୍ବରକୁ ଆପଣଙ୍କ ଫୋନରେ ସେଭ କରନ୍ତୁ । ଏହାପରେ ହ୍ୱାଟ୍ସଆପକୁ ଅପଡେଟ୍‌ କରନ୍ତୁ ଓ କଣ୍ଟାକଫ ଲିଷ୍ଟକୁ ଅପଡେଟ କରନ୍ତୁ । ଚାର୍ଟ ୱିଣ୍ଡୋକୁ ଯାଇ ଆପଣ ଟ୍ରେନର ୧୦ ଟିକିଆ ପିଏନଆର ନମ୍ବର ପଠାନ୍ତୁ । ଏହାପରେ ଆପଣଙ୍କୁ ଟ୍ରେନର ରିୟଲ ଟାଇମ ଅଲର୍ଟ ଓ ଡିସପ୍ଲେ ମିଳିଯିବ । ଏହି ପ୍ରକାରେ ଆପଣ ଟ୍ରେନର ଲାଇଭ ଅପଡେଟ ପାଇ ପାରିବେ । ଖାଲି ସେତିକି ନୁହେଁ ଆଇଆରଟିସି ଆପଣଙ୍କୁ ଖାଦ୍ୟ ମଗାଇବାର ସୁବିଧା ମଧ୍ୟ ଦେଇଛି । ଡାଉନଲୋଡ କରି ଏହା ଦ୍ୱାରା ନିଜ ଟ୍ରେନ ସିଟରେ ଆପଣଙ୍କ ପସନ୍ଦର ଖାଦ୍ୟ ପାଇ ପାରିବେ ।