ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ

ଭୁବନେଶ୍ବର : (ସଂକେତ୍ ଟିଭି) ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ କଂଗ୍ରେସ ବିଧାୟକ ତଥା ମେଟ୍ରୋ ବିଲ୍‌ଡର୍ସର ଏମ୍‌ଡି ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ (ଓଆରଏଚଡିସି) ଦୁର୍ନୀତି ମାମଲାରେ ତାଙ୍କୁ ଆଜି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

ମୋକିମ୍‌ଙ୍କ ସହିତ ପୂର୍ବତନ ଆଇଏଏସ୍‌ ଅଫିସର ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଂଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ କୋର୍ଟ ୩ ବର୍ଷ ଜେଲ୍‌ ଲେଖାଏଁ ଦଣ୍ଡାଦେଶ ଶୁଣାଇଛନ୍ତି । ସମସ୍ତ ୪ ଜଣଙ୍କୁ ଜେଲ୍ ସହ ୫୦ ହଜାର ଲେଖାଏଁ ଜରିମାନା ଓ ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍‌ ଦଣ୍ଡାଦେଶ ଦିଆଯାଇଛି। ଅନୁଚିତ ଅନୁଗ୍ରହ ଦେଖାଇ ଋଣ ଦେବା ମାମଲାରେ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । ORHDC ଏମ୍‌ଡି ଥିବା ବେଳେ ବିନୋଦ କୁମାର ଋଣ ଦେଇଥିଲେ।