ବିଜେଡି ଛାଡି ବିଜେପିରେ ମିଶିଲେ ତେଜେଶ୍ବର ପରିଡା

ଭୁବନେଶ୍ବର : (ସଂକେତ୍ ଟିଭି) ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ପୂର୍ବତନ ସଭାପତି ତେଜେଶ୍ବର ପରିଡା ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି । ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଚନ୍ତି । ଆଜି ସକାଳୁ ସେ ଟ୍ବିଟ କରି ବିଜେଡିରୁ ଇସ୍ତଫା ନେଇ ସୂଚନା ଦେଇଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଦଳର ସଭାପତିଙ୍କୁ ମେଲ ଜରିଆରେ ସେ ଇସ୍ତଫା ପତ୍ର ପଠାଇଛନ୍ତି ।

ଟ୍ବିଟ କରି ତେଜେଶ୍ବର ଲେଖିଛନ୍ତି, ” ମୁଁ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଲି । ଦଳର ସଭାପତିଙ୍କୁ ଇ-ମେଲ ଯୋଗେ ମୋର ଇସ୍ତଫା ପତ୍ର ପଠାଇଛି । ବିଭିନ୍ନ ଜିଲ୍ଲାରେ ପାର୍ଟି ପର୍ଯ୍ୟବେକ୍ଷକ ତଥା ମିଡିଆ ପ୍ୟାନେଲର ଜଣେ ସଦସ୍ୟ ଭାବରେ ମୁଁ ଦଳର ସଦସ୍ୟ ଭାବରେ କାର୍ଯ୍ୟ କରିଛି । ମୋ ସାମର୍ଥ୍ୟ ଅନୁଯାୟୀ ଦଳକୁ ମଜବୁତ କରିବାରେ ସହଯୋଗ କରିଛି । ଗତ ସାଧାରଣ ନିର୍ବାଚନରେ ମୋତେ ନିର୍ବାଚନ ମାନିଫାଷ୍ଟୋ କମିଟି ସଦସ୍ୟ ତଥା ବିଜେଡିର ତାରକା ପ୍ରଚାରକ ଭାବରେ ମନୋନୀତ କରିଥିବାରୁ ମୁଁ କୃତଜ୍ଞ । ”

ତେବେ ସେ ବିଜେପି କ୍ୟାମ୍ପରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇପାରନ୍ତି । ଜେପି ନଡ୍ଡାଙ୍କ ଓଡିଶା ଗସ୍ତ ପରେ ପରେ ତେଜେଶ୍ବରଙ୍କ ଇସ୍ତଫା ଦେବା ଘଟଣା ବିଜେପି ମହଲରେ ବେଶ୍ ଉତ୍ସାହ ସୃଷ୍ଟି କରିଛି ।