ସିଡିଏସ୍ ଭାବେ ଦାୟିତ୍ୱଗ୍ରହଣ ଗ୍ରହଣ କଲେ ଜେନରାଲ ଅନିଲ ଚୌହାନ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ପ୍ରମୁଖ ପ୍ରତିରକ୍ଷା ଅଧ୍ୟକ୍ଷ (ସିଡିଏସ୍) ଭାବେ ଦାୟିତ୍ୱଗ୍ରହଣ ଗ୍ରହଣ କଲେ ଜେନରାଲ ଅନିଲ ଚୌହାନ । ସେ ଶୁକ୍ରବାର ଦିନ ଦାୟିତ୍ବ ଗ୍ରହଣ କରିଛନ୍ତି । ସିଡିଏସ୍ ଭାବେ ଯୋଗଦେବା ପୂର୍ବରୁ ଇଣ୍ଡିଆଗେଟ୍ ସ୍ଥିତ ରାଷ୍ଟ୍ରୀୟ ସମର ସ୍ମାରକରେ ସହିଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତାଙ୍କୁ ରାୟସିନା ହିଲସ୍‌ ଲନରେ ତିନିବାହିନୀ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି।

ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ପରଲୋକର ପ୍ରାୟ ୯ ମାସରୁ ଅଧିକ କାଳ ପରେ ଜେନେରାଲ ଚୌହାନଙ୍କୁ ଏହି ପଦବୀରେ ଅବସ୍ଥାପିତ କରାଯାଇଛି। ଏହି ଅବସରରେ ସେ ସେନାର ୩ ବାହିନୀଙ୍କ ଆଶା ଓ ଆକାଂକ୍ଷା ପୁରା କରିବାରେ ସଫଳ ହେବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି। ଚୀନ୍ ମାମଲାର ବିଶେଷଜ୍ଞ ଜେନେରାଲ ଚୌହାନ ପ୍ରତିରକ୍ଷାମନ୍ତ୍ରାଳୟଙ୍କ ସୈନ୍ୟ ବ୍ୟାପାର ବିଭାଗ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ।

ଗତବର୍ଷ ମେ ୩୧ ତାରିଖରେ ଜେନେରାଲ ଚୌହାନ ଇଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟପଦବୀରୁ ଅବସର ଗ୍ରହଣ କରିଥିଲେ। ଏହା ପରଠାରୁ ସେ ରାଷ୍ଚ୍ରୀୟ ସୁରକ୍ଷା ପରିଷଦ ସଚିବାଳୟରେ ଏନଏସଏ ଅଜିତ ଡୋଭଲଙ୍କ ନେତୃତ୍ୱରେ ସୈନ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ।