ଜଷ୍ଟିସ୍ ଯଶୱନ୍ତ ସିଂହ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ : (ସଂକେତ୍ ଟିଭି) ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁ୍କ୍ତ ହେଲେ ଜଷ୍ଟିସ୍ ଯଶୱନ୍ତ ସିଂହ । ସୁପ୍ରିମକୋର୍ଟ କଲେଜିୟମ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ନେଇ ଏହି ନିଷ୍ପତ୍ତି ନେଇଛନ୍ତି । ଜଷ୍ଟିସ୍ ସିଂହ ଏବେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ।

ଜଷ୍ଟିସ୍ ଯଶୱନ୍ତ ସିଂହ ୧୯୬୧ ମହିହା ଫେବୃଆରୀ ୨୧ ତାରିଖରେ ହରିଆଣାର ରୋହତକରେ ଜନ୍ମଗ୍ରହଣ କରିଥିଲେ । ସେ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟରେ ଜଜ୍ ଥିଲେ । ଏହାପରେ ଓଡ଼ିଶା ହାଇକୋର୍ଟରେ ଶପଥ ନେଇଥିଲେ । ଜଷ୍ଟିସ୍ ଏସ୍ ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯିବା ପରେ ଜଷ୍ଟିସ୍ ଯଶୱନ୍ତ ସିଂହଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି।