ଗାଡି ଚାଳକଙ୍କୁ ବଡ ଆଶ୍ୱସ୍ତି, ବଢିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି

ଭୁବନେଶ୍ୱର : (ସଂକେତ୍ ଟିଭି) ଗାଡି ଚାଳକଙ୍କୁ ବଡ ଆଶ୍ୱସ୍ତି ମିଳିଛି । ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧିକୁ ରାଜ୍ୟ ସରକାର ବଢାଇ ଦେଇଛନ୍ତି । ଏନେଇ ଶୁକ୍ରବାର ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୧,୨,୩,୪ରେ ସରୁଥିବା ନମ୍ବର ପାଇଁ ଶେଷ ତାରିଖ ଅକ୍ଟୋବର ୩୧ ରହିଛି। ସେହିପରି ୫,୬ରେ ସରୁଥିବା ନମ୍ବର ପାଇଁ ଡେଡ୍‌ଲାଇନ୍‌ ନଭେମ୍ବର ୩୦ ଯାଏ ବଢିଥିବା ବେଳେ ୭,୮ରେ ଶେଷ ହୋଉଥିବା ନମ୍ବର ପାଇଁ ଡିସେମ୍ବର ୩୦ ଏବଂ ୯,୦ରେ ସରୁଥିବା ନମ୍ବର ପାଇଁ ଜାନୁଆରୀ ୩୧ ଯାଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।