ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
ବ୍ରହ୍ମପୁର : (ସଂକେତ୍ ଟିଭି) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଜଳସେଚନ ବିଭାଗ ବାଘୁଆ ପ୍ରକଳ୍ପ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି ।
ଗଞ୍ଜାମର ୭ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି । ବ୍ରହ୍ମପୁର ଭିଜିଲାନ୍ସ ସ୍ୱତନ୍ତ୍ର ଜଜଙ୍କ ଅନୁମତି କ୍ରମେ ଚଢାଉ ହୋଇଛି । ଚଢାଉରେ ଜଣେ ଅତିରିକ୍ତ ଏସ୍ପି, ୪ ଜଣ ଡିଏସ୍ପି, ୯ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ତେବେ ଚଢାଉ ସମୟରେ ନଗଦ ଏକ ଲକ୍ଷ 38 ହଜାର ଟଙ୍କା, ବ୍ରହ୍ମପୁରରେ ଗୋଟିଏ ତିନି ମହଲା ଓ ଆଉ ଗୋଟିଏ ଦୁଇ ମହଲା ଘର, ଦୁଇଟି ପ୍ଲଟ, 40 ଲକ୍ଷ ଟଙ୍କାର ବ୍ୟାଙ୍କ, ପୋଷ୍ଟାଲ ଓ ଇନସ୍ୟୁରାନ୍ସ, ଗୋଟିଏ କାର୍ ଏବଂ ତିନୋଟି ବାଇକ୍ ମିଳିଛି ।