ସାରା ଦେଶରେ ଆରମ୍ଭ ହେଲା 5G ସେବା

ନୂଆଦିଲ୍ଲୀ : (ସଂକେତ୍ ଟିଭି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସାରା ଦେଶରେ 5G ସେବାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହା ୧୩ଟି ସହରରେ ଆରମ୍ଭ ହୋଇଛି । ଆଜିର ଏହି 5-G ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଶିଷ୍ଟ ଶିଳ୍ପପତୀ ମୁକେଶ ଅମ୍ୱାନୀ ଓ ପୁଅ ଆକାଶ ଅମ୍ୱାନୀ ପ୍ରମୁଖ ସାମିଲ ହୋଇଥିଲେ ।

ପ୍ରଥମ ପର୍ଯ୍ୟାୟରେ ଏହା ୧୩ଟି ସହରରେ ଆରମ୍ଭ ହୋଇଛି । ଏୟାରଟେଲ ପକ୍ଷରୁ ବାରାଣସୀ ଓ ଜିଓ ପକ୍ଷରୁ ଅହମ୍ମଦାବାଦରେ 5-G ନେଟୱର୍କ ସେବା ଆରମ୍ଭ ହେବ । ପ୍ରଥମେ ମେଟ୍ରୋ ସହରରେ ଏହି ସେବା ଆରମ୍ଭ ହେବ । ପରେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଏହା ଅନ୍ୟ ସହରରେ ଆରମ୍ଭ କରାଯିବ ।

ଅକ୍ଟୋବର ପହିଲାରୁ ଦିଲ୍ଲୀର ପ୍ରଗତି ମଇଦାନରେ ଆରମ୍ଭ ହୋଇଥିବା ଭାରତୀୟ ମୋବାଇଲ୍ କଂଗ୍ରେସରେ ମୋଦୀ ଏହି ସେବାର ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ ।