ଧାମନଗର ଉପନିର୍ବାଚନ ପାଇଁ ବିଜେପି ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ : ଜୟନାରାୟଣ ମିଶ୍ର

ଭୁବନେଶ୍ବର : (ସଂକେତ୍ ଟିଭି) ଧାମନଗର ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଥିବାବେଳେ ଏଥି ପାଇଁ ବିଜେପି ପ୍ରସ୍ତୁତ ରହଛି ବୋଲି ବିରୋଧୀ ଦଳନେତା ଜୟନାରାୟଣ ମିଶ୍ର କହିଛନ୍ତି । ସେମି ଫାଇନାଲ ଆମେ ଖେଳିବୁ ଫାଇନାଲ ବି ଆମେ ଖେଳିବୁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ବିଜେପି ବିଜେଡିକୁ ଛାଡି ରାଜ୍ୟରେ ଆଉ କେଉଁ ଦଳ ନାହାଁନ୍ତି । ବିଜେଡି ସହିତ ପ୍ରାକ୍ଟିସ ମ୍ୟାଚ ବି ଆମେ ଜିତିବୁ, ଫାଇନାଲ ମ୍ୟାଚ ବି ଜିତିବୁ । ଉପନିର୍ବାଚନ ପାଇଁ ବିଜେପି ପୁରା ପ୍ରସ୍ତୁତ ରହିଛି । ଧାମନଗର ଲୋକଙ୍କର ବିଷ୍ଣୁ ସେଠୀଙ୍କ ପ୍ରତି ଭଲ ପାଇବା ଯେତିକି ରହିଛି । ବିଜେପି ପ୍ରତି ବି ଭଲ ପାଇବା ସେତିକି ରହିଛି । ସେଇଟା ହିଁ ବଜାୟ ରହିବ । ଖୁବଶୀଘ୍ର ବୈଠକ ବସିବ । ପ୍ରାର୍ଥୀଙ୍କ ନାମ ସୁପାରିଶ କରାଯିବ ଦଳ । ଧାମନଗରରେ କିଏ ପ୍ରାର୍ଥୀ ହେବେ, ସେନେଇ କେନ୍ଦ୍ରୀୟ କମିଟି ଚୁଡାନ୍ତ ପ୍ରାର୍ଥୀ ଘୋଷଣା କରିବେ ବୋଲି ସେ କହିଛନ୍ତି ।