ଟି-୨୦ ବିଶ୍ଵ କପ୍‌ ୨୦୨୨ ପାଇଁ ମ୍ୟାଚ୍ ରେଫରୀ ଓ ଅମ୍ପାୟର ଘୋଷଣା

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଟି-୨୦ ବିଶ୍ଵ କପ୍‌ ୨୦୨୨ ପାଇଁ ମ୍ୟାଚ୍ ରେଫରୀ ଏବଂ ଅମ୍ପାୟର ସମେତ ମୋଟ୍ ୧୦ ଅଧିକାରୀଙ୍କୁ ଚୟନ କରାଯାଇଛି। ଏଥିରେ ୧୬ ଅମ୍ପାୟର ଏବଂ ୪ ମ୍ୟାଚ୍ ରେଫରୀ ରହିଛନ୍ତି। ଅମ୍ପାୟରଙ୍କ ମଧ୍ୟରେ ଜଣେ ଭାରତୀୟ ଅମ୍ପାୟର ସାମିଲ୍ ଅଛନ୍ତି। ସେ ହେଉଛନ୍ତି ନୀତିନ ମେନନ। ସେ ଏକ ମାତ୍ର ଭାରତୀୟ ଅମ୍ପାୟର ହିସାବରେ ଆଇସିସି ଏଲିଟ୍ ପ୍ୟାନେଲରେ ସାମିଲ୍ ଅଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ମ୍ୟାଚ୍ ଏନେଇ ଘୋଷଣା କରିଛି।

ଆଇସିସି ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟ ଏବଂ ସୁପର ୧୨ ପାଇଁ ୨୦ ମ୍ୟାଚ୍ ଅଫିସିଆଲଙ୍କ ନାଁ ଘୋଷଣା କରିଛି।ମୋଟ୍ ୧୬ ଅମ୍ପାୟର ଅମ୍ପାୟରିଂ କରିବେ। ଏଥିରେ ନୀତିନ ମେନନଙ୍କ ସହିତ ରିଚାର୍ଡ କେଟଲବୋରୋ, କୁମାର ଧର୍ମସେନା ଏବଂ ମରେସ ଇରାସମସନଙ୍କ ନାମ ସାମିଲ୍ ରହିଛି।

ଆଇସିସି ଏଲିଟ୍ ପ୍ୟାନେଲର ମ୍ୟାଚ୍ ରେଫରୀ ରଞ୍ଜନ ମଦୁଗଲେଙ୍କ ପରି ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ୍‌ର ଟି-୨୦ ବିଶ୍ଵ କପ୍‌ର ଅଷ୍ଟମ ସଂସ୍କରଣ ପାଇଁ ମ୍ୟାଚ୍ ରେଫରୀ ଦାୟିତ୍ଵ ତୁଲାଇବେ। ତାଙ୍କ ସହିତ ଜିମ୍ବାଓ୍ଵେର ଆଣ୍ଡ୍ର୍ୟୁ ପାଇକ୍ରଫ୍ଟ, ଇଂଲଣ୍ଡର କ୍ରିଷ୍ଟୋଫର ଏବଂ ଅଷ୍ଟ୍ରେଲିଆର ଡେଭିଡ୍ ବୁନ୍ ରହିଛନ୍ତି।

ମ୍ୟାଚ୍ ରେଫରୀ- କ୍ରିଷ୍ଟୋଫର ବ୍ରଡ, ଆଣ୍ଡ୍ର୍ୟୁ ପାଇପକ୍ରଫ୍ଟ, ଡେଭିଡ୍ ବୁନ ଏବଂ ରଞ୍ଜନ ମଦୁଗଲେ।

ଅମ୍ପାୟର- ଏହସାନ ରାଜା, ଏଡ୍ରିୟନ ହୋଲ୍ଡଷ୍ଟକ, ଅଲୀମ ଦାର, କ୍ରିଷ୍ଟୋଫର ବ୍ରାଉନ, କ୍ରିଷ୍ଟୋଫର ଗଫାନି, ଜୋଏଲ ଓ୍ଵିଲସନ, କୁମାର ଧର୍ମସେନା, ଲାଙ୍ଗଟନ ରୁସେରେ, ମରାଇସ ଇରାସମସ, ମାଇକେଲ ଗଫ, ନୀତିନି ମେନନ, ପଲ୍ ରିଫେଲ, ପଲ୍ ଓ୍ଵିଲସନ, ରିଚାର୍ଡ ଇଲିଙ୍ଗଓ୍ଵର୍ଥ, ରିଚାର୍ଡ କେଟଲବୋରୋ, ରଡନୀ ଟକର।