ଟି-୨୦ ବିଶ୍ଵ କପ୍‌ ଦଳରୁ ବିଦା ହେଲେ ସିମରନ ହେଟମାୟର

ନୂଆଦିଲ୍ଲୀ : (ସଂକେତ୍ ଟିଭି)ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ଵ କପ୍‌ ରୁ ଷ୍ଟାର ବ୍ୟାଟସମ୍ୟାନ ସିମରନ ହେଟମାୟର ଟି-୨୦ ବିଶ୍ଵ କପ୍‌ରୁ ବାଦ୍ ପଡିଛନ୍ତି। ହେଟମାୟର ଦଳରୁ ବାଦ୍ ପଡିବାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ପ୍ରକାଶ କରିବେ। ହେଟମାୟର କୌଣସି ଆହତ ସମସ୍ୟା ନୁହେଁ ବରଂ ଫ୍ଲାଇଟ୍ ମିସ୍ କରିବା କାରଣରୁ ଓ୍ବେଷ୍ଟଇଣ୍ଡିଜ ବୋର୍ଡ କଠୋର ନିଷ୍ପତ୍ତି ନେଇ ତାଙ୍କୁ ଟି-୨୦ ବିଶ୍ଵ କପ୍ ଦଳରୁ ବାଦ୍ ଦେଇଛି। ହେଟମାୟରଙ୍କ ସ୍ଥାନରେ ସାମରା ବ୍ରୁକ୍ସଙ୍କୁ ଦଳରେ ସାମିଲ୍ କରାଯାଇଛି। ବୋର୍ଡ ସୋମବାର ଏହାର ଘୋଷଣା କରିଛି।