ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚଢ଼ିଗଲେ ପୂଜକ

ପୁରୀ : (ସଂକେତ୍ ଟିଭି), ଶ୍ରୀମନ୍ଦିର ନୀଳଚକ୍ର ବାନା ଲାଗୁଥିବା ସ୍ଥାନକୁ ଚଢିଗଲେ ମନ୍ଦିର ବେଢାରେ ଥିବା ଅଗ୍ନିଶ୍ଵର ମହାଦେବ ମନ୍ଦିର ପୂଜକ ଚନ୍ଦ୍ରଶେଖର ପଣ୍ଡା। ସେଠାକୁ ଚଢି ସେଠାରେ ବୁଲୁଥିବା ବେଳେ ଚୂନରା ସେବକମାନେ ଦେଖିବାକୁ ପାଇଥିଲେ। ସେବାୟତ ମାନେ ପୋଲିସକୁ ଖବର ଦେଇଥିଲେ । ତାକୁ ଓହ୍ଲାଇବାକୁ ପୋଲିସ ଓ ଜେଟିପି ବାରମ୍ଵାର କହିଥିଲେ। ପ୍ରଥମେ ସେ ଓହ୍ଲାଇ ନଥିଲେ। ପରେ ଚନ୍ଦ୍ରଶେଖର ଦକ୍ଷିଣଘର ଛାତ ଦେଇ ମୁକ୍ତିମଣ୍ଡପ ସମ୍ମୁଖରେ ଓହ୍ଲାଇଥିଲେ। ପୂଜକଙ୍କୁ ସିଂହଦ୍ଵାର ଥାନାରେ ଅଟକ ରଖାଯାଇଛି । ଅଗ୍ନିଶ୍ୱର ମନ୍ଦିରର ପୂଜକଙ୍କୁ ପୋଲିସ ପଚରାଉଚରା ଜାରି ରଖିଛି ।