୨୫ ଜିଲ୍ଳା ପାଇଁ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କଲା ବିଜେଡି

ଭୁବନେଶ୍ବର : (ସଂକେତ୍ ଟିଭି) ବିଜେଡି ଆଜି ୨୫ ଜିଲ୍ଳା ପାଇଁ ଦଳୀୟ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ତାଲିକା ଜାରି କରିଛନ୍ତି । ତେବେ ଏହି ତାଲିକା ଅନୁସାରେ ବାଲେଶ୍ୱର ପାଇଁ ପ୍ରତାପ କେଶରୀ ଦେବ,ଅନୁଗୁଳ ପାଇଁ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲୀ, ବରଗଡ ପାଇଁ ସୁଧୀର କୁମାର ସାମଲ,ଭଦ୍ରକ ଜିଲ୍ଲା ପାଇଁ ପ୍ରଣବ କୁମାର ବଳବନ୍ତରାୟ, ବଲାଙ୍ଗୀର ଆଉ ଦେଓଗଡ ପାଇଁ ଶୁଶାନ୍ତ ସିଂ, କଟକ ପାଇଁ ଉଷା ଦେବୀ, ଢ଼େଙ୍କାନାଳ ଆଉ ଖୋର୍ଦ୍ଧା ପାଇଁ ପ୍ରମିଳା ମଲ୍ଲିକ,ଗଜପତି ଆଉ ରାୟଗଡା ପାଇଁ ଅତନୁ ସବ୍ୟସାଚୀ ନାୟକ, ଜଗତସିଂପୁର ପାଇଁ ଅରୁଣ ସାହୁଙ୍କ ନାମ ଘୋଷଣା କରିଛି ।

ସେହିପରି କନ୍ଧମାଳ ପାଇଁ ବିଜୟ ନାୟକ, କେନ୍ଦ୍ରାପଡା ପାଇଁ ପ୍ରଫୁଲ କୁମାରେ ମଲ୍ଲିକ, କେଉଁଝର ଆଉ ମୟୁରଭଞ୍ଜ ପାଇଁ ପ୍ରଣବ ପ୍ରକାଶ ଦାସ, କୋରାପୁଟ ଆଉ ମାଲକାନାଗିରି ପାଇଁ ଦିବ୍ୟ ଶଙ୍କର ମିଶ୍ର, ନବରଙ୍ଗପୁର ପାଇଁ ଇଶ୍ୱର ପାଣିଗ୍ରାହୀ, ନୟାଗଡ ପାଇଁ ପଦ୍ମନାଭ ବେହେରା, ନୂଆପଡା ପାଇଁ ଟୁକୁନୀ ସାହୁ, ପୁରୀ ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମ୍ବଲପୁର ପାଇଁ ନଳିନୀକାନ୍ତ ପ୍ରଧାନ, ସୁନ୍ଦରଗଡ ପାଇଁ ପ୍ରିତୀରଞ୍ଜନ ଘଢ଼େଇ, କଳାହାଣ୍ଡି ପାଇଁ ନବକିଶୋର ଦାସ, ଗଞ୍ଜାମ ଜିଲ୍ଲା ପାଇଁ ପ୍ରଦୀପ କୁମାର ଅମାତ, ବୌଦ୍ଧ ପାଇଁ ସୌଭାଗ୍ୟ ନାୟକ, ଯାଜପୁର ପାଇଁ ଅଶୋ ଚନ୍ଦ୍ର ପଣ୍ଡା, ଝାରସୁଗୁୁଡା ପାଇଁ ଶାରଦା ପ୍ରଶାସ ନାୟକ ଏବଂ ସୁବର୍ଣ୍ଣପୁର ପାଇଁ ରୋହିତ ପୁଜାରୀଙ୍କ ନାମ ଘୋଷଣା କରାଯାଇଛି ।