ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ସୋନିଆ ଗାନ୍ଧୀ କଂଗ୍ରେସ ‘ଭାରତ ଯୋଡା ଯାତ୍ରା’ରେ ସାମିଲ ହୋଇଛନ୍ତି। ସେ କର୍ଣ୍ଣାଟକର ମାଣ୍ଡିଆରେ ଗୁରୁବାର ଦିନ ସାମିଲ ହୋଇଥିଲେ । ସୋନିଆ ମାଣ୍ଡିଆ ଜିଲ୍ଲାର ଡାକ ବଙ୍ଗଳା ଅଞ୍ଚଳରୁ ପଦଯାତ୍ରା ଆରମ୍ଭ କରିଥିଲେ । ସେ ପ୍ରଥମ ଥର ପାଇଁ ‘ଭାରତ ଯୋଡା ଯାତ୍ରା’ରେ ସାମିଲ ହୋଇଥିଲେ ।

କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି ଯେ ସୋନିଆ ଗାନ୍ଧୀ ଜୀ ଏହି ଯାତ୍ରାରେ ସାମିଲ୍ ହୋଇଛନ୍ତି । ଯେଉଁଥିପାଇଁ କର୍ଣ୍ଣାଟକରେ ଆମ ଦଳକୁ ଆହୁରି ମଜବୁତ କରିବ ।

ରାହୁଲ ଗାନ୍ଧୀ ଏବଂ ବହୁ କଂଗ୍ରେସ ନେତା ତଥା କର୍ମୀ ତାମିଲନାଡୁର କାନିକୁମାରୀରୁ ‘ଭାରତ ଯୋଡା ଯାତ୍ରା’ ଆରମ୍ଭ କରିଥିଲେ । ଏବେ ଏହି ଯାତ୍ରା କର୍ଣ୍ଣାଟକରେ ପହଞ୍ଚିଛି । ଆସନ୍ତା ବର୍ଷ ଆରମ୍ଭରେ କାଶ୍ମୀରରେ ଏହି ଯାତ୍ରା ଶେଷ ହେବ । ଏହି ଯାତ୍ରା ଜରିଆରେ ସମୁଦାୟ ୩,୫୭୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡିବ ।

ତେବେ ଏହି ସମୟରେ ନିଆରା ଦୃଶ୍ୟ ସାମ୍ନାକୁ ଆସିଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଚିତ୍ରରେ ଦେଖିବାକୁ ମିଳିଛି ରାହୁଲ ଗାନ୍ଧୀ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ସୁ ଲେସ୍ ବାନ୍ଧୁଛନ୍ତି । ଏହି ଚିତ୍ର କଂଗ୍ରେସର ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି । ଏହି ଫଟୋ ସେୟାର କରିବାବେଳେ, ଟାଇଟଲ୍ ଲେଖାଯାଇଛି ହେ-ମାଆ ।