ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ଫଳ

କଟକ : (ସଂକେତ୍ ଟିଭି) : ୨୦୨୦ ବର୍ଷର ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ଫଳ ଆଜି ଓପିଏସସି ପକ୍ଷରୁ ପ୍ରକାଶ ପାଇଛି। ମୋଟ୍‌ ୩୯୨ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ୩୯୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୮ ଜଣ ମହିଳା ରହିଛନ୍ତି। ଟପ୍-୧୦ ତାଲିକାରେ ୭ ଜଣ ଝିଅ ଥିବାବେଳେ, ୩ ଜଣ ପୁଅ ଟପ୍-୧୦ ରାଙ୍କରେ ରହିଛନ୍ତି। ତେଜସ୍ୱିନୀ ବେହେରା ଓପିଏସସି ପରୀକ୍ଷାରେ ଟପ୍ପର ହୋଇଛନ୍ତି। ସେହିପରି ଶୁଭଙ୍କରୀ ସୁଦେସ୍ନା ଦାସ ଦ୍ବିତୀୟ, ତୃତୀୟ ସ୍ଥାନରେ ଅନନ୍ୟା ସୃଷ୍ଟି ଶତପଥୀ ରହିଛନ୍ତି।

ଏହି ଫାଇଲକୁ ଖୋଲି ନିଜର ରେଜଲ୍ଟ ଚେକ୍ କରିପାରିବେ ।